ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରାଯାଉ ବୋଲି କହିଛନ୍ତି ଓଡ଼ିଶା କୃଷି ମନ୍ତ୍ରୀ ଅରୁଣ ସାହୁ। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।
ନିକଟରେ କେନ୍ଦ୍ର ସରକାର ଏମଏସପି ୧୯୪୦ ବୃଦ୍ଧି କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ପୂର୍ବାପେକ୍ଷା ଏହି ମୂଲ୍ୟ ମାତ୍ର ୭୨ ଟଙ୍କା ବୃଦ୍ଧି କରାଯାଇଛି। ଏହା ଚାଷୀଙ୍କୁ ବିଶେଷ ସହାୟକ ହେବ ନାହିଁ।
ତେଣୁ ଓଡିଶାର ସ୍ଥିତିକୁ ଦେଖି ବିଶିଷ୍ଟ ଦୃଷ୍ଟି ଦେଇ ଗ୍ରେଡ ଏ ଧାନ ସମେତ ଅନ୍ୟ ସମସ୍ତ ଧାନର ଏମଏସପି ବୃଦ୍ଧି କରାଯାଉ ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
powered by social2s

