ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ଧାରଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପି ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି।
 
ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ସକାଳ ୭ ଟା ରୁ ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛନ୍ତି ଦଳର ନେତା ଓ କର୍ମୀ ।
 
ଭୁବନେଶ୍ୱର ୟୁନିଟ ୨ ପେଟ୍ରୋଲ ପମ୍ପ ଆଗରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
 
ରାଉତରାୟ କହିଛନ୍ତି ଯେ ଆଜି ଆମେ ୪ ଘଣ୍ଟା ଏହି ଜାଗାରେ ବସିବୁ। କେନ୍ଦ୍ର ସରକାର ତୁରନ୍ତ ବର୍ଦ୍ଧିତ ତୈଳ ଦର ପ୍ରତ୍ୟାହାର କରନ୍ତୁ। ଗତ ୫ ମାସରେ ୪୩ ଥର ତେଲ ଦର ବଢିଛି ବୋଲି ସେ ଅଭିଯୋଗ କରିଛନ୍ତି।
 
 
 
 
 
powered by social2s