ଭୁବନେଶ୍ୱର ଓ କଟକ ସହରରେ ପ୍ରବଳ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ଲଗାଣ ବର୍ଷା ଯୋଗୁ ବହୁ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିଯାଇଛି। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ୭୮ ମିମି ବର୍ଷା ରେକର୍ଡ କରାଯାଇଛି ଓ ପଟିଆ ରେ ୪୯.୫ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି କଟକ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ୬୯ ମିମି ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

powered by social2s