ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଦ୍ଵାରା ଭୁବନେଶ୍ୱର ରେ ୫୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ପରିବାରକୁ ଦେୟମୁକ୍ତ ଦୈନିକ ଖାଦ୍ୟ ଯୋଗାଣ ଶ୍ରୀ ସୁନିଲ କୁମାର ମିତ୍ର, ଶ୍ରମିକ ୟୁନିଅନର ସମ୍ପାଦକ କିଛି ବରିଷ୍ଟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହଯୋଗରେ ଭୁବନେଶ୍ୱର ରହୁଥିବା କରୋନା ଆକ୍ରାନ୍ତ ପରିବାର ଗୁଡ଼ିକୁ ରନ୍ଧା ଖାଦ୍ୟ ପ୍ରାୟ ୭୦ ଗୋଟି ପରିବାର ଆଯକୁ ୫୦ ଦିନ ଧରି ଦେୟମୁକ୍ତ ଖାଦ୍ୟ ଦିନକୁ ଦୁଇ ଥର ଦେଇ ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଟସାହାଣୀ ଓ ଡ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଚାଲିଅଛି।
ମେଡିକାଲ ଡାଇରେକ୍ଟର ଙ୍କ ଅନୁମୋଦନ କ୍ରମେ ଚିକିତ୍ସାଧିନ କର୍ମଚାରୀ ମାନଙ୍କୁ ଫଳମୂଳ, ଅଣ୍ଡା, ବିସ୍କୁଟ ମଧ୍ୟ ଦିଆଯାଇଛି। ଭୁବନେଶ୍ୱରର ସାମନ୍ତରାପୁର, ଭି ଏସ ଏସ ନଗର, ମଞ୍ଚେଶ୍ଵର୍ ରେଲୱେ କଲୋନୀ, ଆଦି ମାତା କଲୋନୀ,ରଙ୍ଗ ମାଟିଆ, ମଇତ୍ରିବିହାର,ନୀଳାଦ୍ରି ବିହାର, ଲୁମ୍ବିନୀ ବିହାର, ଶ୍ରି ବିହାର, ପଟିଆ ଏବଂ ରେଳ ଆବାସ ଓ ରେଲବିହର ଆଦି ସ୍ଥାନରେ ବିତରଣ କରାଯାଉଛି।
ଏହି କାର୍ଯ୍ୟକ୍ରମକୁ ମାନସ କୁମାର ପୋଦର୍, ବିଶ୍ୱଜିତ୍ ଭୋଇ, କୌଶଲ ଖାଡଙ୍ଗା, ଅଶୋକ ମିଶ୍ର,ରାଧା ରମଣ ପଣ୍ଡା, ହାରାଧନ ହେଂଶ, ଗିରିଜା ପ୍ରସାଦ ମହାପାତ୍ର, ଅଶୋକ ସାହୁ, ଏମ ଟି ବେଗ, ସିଦ୍ଧେଶ୍ୱର ସାହୁ, ଅକ୍ଷୟ ନାୟକ, ବିଶ୍ଵନାଥ ପାଢ଼ୀ, ଅବଦୁଲ ରହମାନ ଖାନ୍, ରମେଶ ବିଶ୍ଵାଳ, ରାଜୀବ ପାଢ଼ୀ, ତପଶ୍ଵନି ମହାନନ୍ଦିଆ, ସ୍ମିତାଞ୍ଜଳି ନାୟକ,ସ୍ୱର୍ଣ୍ଣପ୍ର ଭା ମହାନ୍ତି,ସ୍ମୁତି ରଞ୍ଜନ ପଣ୍ଡା, ସୋନାଲି ଦାସ, ଆଲୋକମାଳା ମିତ୍ର ଓ ହେମଲତା ପତି ପ୍ରମୁଖ ଆର୍ଥିକ ସହାୟତା ସହ ମାନସିକ ସ୍ତରରେ ଉତ୍ସାହିତ କରିଅଛନ୍ତି । ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।
କରୋନା ଆକ୍ରାନ୍ତ ୭୦ ପରିବାରକୁ ୫୦ ଦିନ ଧରି ଦେୟମୁକ୍ତ ଖାଦ୍ୟ ବଣ୍ଟନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

