ବାଲେଶ୍ୱର: ଉତ୍କଳୀୟ ସଂସ୍କୃତି ଓ ଗୌରବମର ପରିଚୟ ହେଉଛି ବାଲେଶ୍ୱର ସହର। ଐତିହ,କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ କ୍ଷେତ୍ର ଭାବେ ଏହି ସହର ଖ୍ୟାତି ଲାଭ କରିଛି। ଏହି ପ୍ରାଚୀନ ସହର ଏବଂ ସହର ଉପକଣ୍ଠରେ ରହିଛି ବହୁ ସ୍ମରଣୀୟ ସ୍ମୃତି ପିଠ। ଏହି ପିଠ ଗୁଡିକ ବିଶାଳ ଇତିହାସ କୁ ଛାତିରେ ଜାବୁଡି ରଖି ଜିଲ୍ଲାକୁ ଗୌରବମୟ କରିଛି। ବିଡମ୍ବନା ର ବିଷୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ପିଠମାନ ଏବେ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି। ସଂସ୍କୃତି ବିଭାଗର ଆଡ଼ ନଜର ଯୋଗୁଁ ଏହି ଐତିହ ପିଠ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପହଂଚିଲାଣି। ଐତିହ ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ସରକାରଙ୍କର ନଜର ନଥିବାବେଳେ ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ କେହି ଏଥିପ୍ରତି ବ୍ୟଥିତ ନୁହଁନ୍ତି। ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଐତିହ ପିଠ ଗୁଡିକ ଅବହେଳାରେ ସଢ଼ୁଛନ୍ତି। ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ କୀର୍ତିରାଜି ସବୁ ଧ୍ବଂସ ହେବାକୁ ବସିଲାଣି। ସେମିତି ଏକ ଅବହେଳିତ ପିଠ ହେଉଛି ବାଲେଶ୍ବର ସହରର ଦାମୋଦରପୁର ସ୍ଥିତ ଗୋରାକବର ସ୍ଥଳି। ଏଠାରେ ରହିଛି ବାଲେଶ୍ୱରର ପ୍ରଥମ ଜିଲ୍ଲାପାଳ ହେନେରୀ ରିକେଟ ଏବଂ ତାଙ୍କ ସହଧର୍ମିଣୀଙ୍କ ସମାଧି ପିଠ। ଏହା ସହ ୨୦ଜଣ ଇଂରେଜ ସାହେବଙ୍କ ସମାଧି ମଧ୍ୟ ଏଠାରେ ରହିଛି। ତେବେ ଇଂରେଜ ବ୍ୟକ୍ତି ମାନଙ୍କ ମଧ୍ୟରୁ ପ୍ରଥମ ଜିଲ୍ଲାପାଳ ରିକେଟ ସାହେବଙ୍କ କାହାଣୀ ଥିଲା ସମ୍ପୂର୍ଣ୍ଣ ନିଆରା। ରିକେଟଙ୍କ ପତ୍ନୀ ଜେନି ଜଣେ ସ୍ତ୍ରୀ ରୋଗ ରୋଗ ବିଶେଷଜ୍ଞ ଥିଲେ। ମ୍ୟାଲେରିଆ ରେ ତାଙ୍କର ୧୮୩୨ ମସିହାରେ ମୃତ୍ୟୁ ହେବାପରେ ଏହି ଠାରେ ତାଙ୍କୁ ସମାଧି ଦିଆଯାଇଥିଲା। ରିକେଟ ସାହେବ ୧୮୮୬ ମସିହାରେ ଲଣ୍ଡନଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜିଲ୍ଲାପାଳ ରିକେଟ ତାଙ୍କ ମୃତ୍ୟୁ ପୁର୍ବରୁ ନିଜ ପତ୍ନୀ ଙ୍କ କବର ନିକଟରେ କବର ଦେବା ପାଇଁ ଶେଷ ଇଚ୍ଛା ପ୍ରକାଶ କରିବା ସହ ଏକ ଉଇଲ ମଧ୍ୟ କରିଥିଲେ। ତେଣୁ ଅନ୍ତିମ ଇଚ୍ଛା ଅନୁଯାୟୀ ତାଙ୍କର ମରଶରୀରକୁ ଲାଣ୍ଡନ ରୁ ଜାହାଜରେ କଲିକତା ବାଟେ ଅଣାଯାଇ ପତ୍ନୀ ଙ୍କ କବର ନିକଟରେ ସମାଧି ଦିଆଯାଇଥିଲା। ଆଜି ବି ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସରେ ସେମାନଙ୍କ ପ୍ରେମ କାହାଣୀକୁ ବିରଳ ପ୍ରେମ କାହାଣୀ ଭାବେ ବିବେଚନା କରାଯାଏ।
ଜିତେନ୍ଦ୍ର ମହାନ୍ତି, ବାଲେଶ୍ୱର
ଏକ ନିଚ୍ଛକ ପ୍ରେମ କାହାଣୀ 'ଗୋରାକବର'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

