ବସ୍ତି ବାଳିକାଙ୍କର ଫୁଟବଲ ଖେଳରେ ପାରିଦର୍ଶିତା ହିଁ ପୋଲିସ ବିଭାଗରେ ନିଯୁକ୍ତିର ପରିଚାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପରିବାରର ଦରିଦ୍ର୍ୟତା ହେତୁ ରୁନି ନାୟକ ଓ ଝରଣା ମଲ୍ଲିକଙ୍କ ସମର୍କୀୟମାନେ ସେମାନଙ୍କୁ ଛୋଟବେଳୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରୁ ଆଣି ସାମାଜିକ ଅନୁଷ୍ଠାନ ସ୍ନେହଦ୍ୱାରା ପରିଚାଳିତ ଭୁବନେଶ୍ୱରର ସଲିଆ ସାହିର ସେଲର୍ଟର ହୋମରେ ଛାଡିଥିଲେ। ଏମାନଙ୍କ ଭଳି ଆହୁରି 50ଜଣ ପିଲାଙ୍କୁ ରଖି ସେମାନଙ୍କର ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ ସ୍ନେହ ସଂସ୍ଥା ବହନ କରି ଆସୁଥିଲା। ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ସେମାନଙ୍କର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରୁନି ଓ ଝରଣଙ୍କର ଫୂଟବଲ ଖେଳପ୍ରତି ଆଗ୍ରହ ଦେଖି ସଂସ୍ଥା ପକ୍ଷରୁ ସେମାନଙ୍କୁ ସ୍ବର୍ଗତ ନନ୍ଦକିଶୋର ପଟନାୟକଙ୍କ ତତ୍ୱବାଧାନରେ କଳିଙ୍ଗ ଷ୍ଟାଡିୟମରେ ତାଲିମ ଦେବାପାଇଁ ଅନୁରୋଧ କରାଯାଇଥିଲା। ସ୍ବର୍ଗତ ପଟନାୟକ ଦୁଇଜଣଙ୍କୁ ନିୟମିତ ତାଲିମ ପ୍ରଦାନ କରିଥିଲେ। ପାଠ ପଢିବ ସହ ସେମାନେ ସକାଳେ ଓ ସନ୍ଧ୍ୟାରେ ନିୟମିତ ତାଲିମ ନେଉଥିଲେ। ଏମାନେ ରାଜ୍ୟ ଓ ଦେଶ ପାଇଁ ଖେଳି ବିଭିନ୍ନ ପ୍ରତିଭମାନ ସାଉଁଟି ଆଣିବା ସହ ରାଜ୍ୟ ତଥା ଦେଶର ଗୌରବ ବଢାଇଛନ୍ତି। ସେମାନଙ୍କ କ୍ରୀଡା ନୈପୁନ୍ୟତାକୁ ସ୍ୱୀକୃତ ଦେବାକୁ ଯାଇ ରାଜ୍ୟ ସରକାର ଏହି ଦୁଇଜଣଙ୍କୁ ପୋଲିସ କନଷ୍ଟେବଳ ଚାକିରୀରେ ନିଯୁକ୍ତି ଦେଇଛନ୍ତି। ଝରଣା ଓ ରୁନି ସ୍ନେହ ସଂସ୍ଥା ଓ ନନ୍ଦ ସାରଙ୍କ ପାଖରେ କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି ।

 

powered by social2s