ଦେବସ୍ନାନ ପୁର୍ଣିମାରେ ଚାଲିଗଲେ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା I

 

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ

ପୁରୁଣା ଭୁବନେଶ୍ୱର ଖରଖିଆ ବୈଦ୍ୟନାଥ ନିବାସୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକା ଧାରାରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ I ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରି ଚର୍ଚ୍ଚିତ ହୋଇଥିଲେ I ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ମିଳିଵା ସହ ବହୁ ସମ୍ମାନରେ ସେ ସମ୍ମାନିତ I

ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା I

ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ I ସେ ଧର୍ମ ସମ୍ବନ୍ଧିତ ଅନେକ ପୁସ୍ତକ ରଚନା କରିଥିଲେ I ତାଙ୍କର ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇ ଥିବାବେଳେ ସେ ତାଙ୍କର ପୁତ୍ର, ପୁତ୍ରୀ ଓ ଅନ୍ୟାନ୍ୟ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି I

ତାଙ୍କର ଚିତ ପୁସ୍ତକ – ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି – ସନାତନ ଧର୍ମ, ଭାବାନ୍ତର , ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସୋପନ ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀ କ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ, ଇଂରାଜୀ ବହି – voice of conscience – a cultural and spiritual ଗାଇଡ଼।

 

ସ୍ବର୍ଗତ ପଟ୍ଟନାୟକଙ୍କର ଶେଷକୃତ୍ୟ ପୁରୁଣା ଭୁବନେଶ୍ୱରସ୍ଥ କାଲିଗଡ଼ିଆ ସ୍ମଶାନରେ ହୋଇଛି I ତାଙ୍କର ବଡ଼ ପୁଅ ନାଗେଶ୍ୱର ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି I ଅନ୍ୟ ପୁଅ ଓ ଝିଅ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ I

 

powered by social2s