ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା। ବେକରେ ଯନ୍ତ୍ରଣା ଅନୁଭବ କରିବାପରେ ସ୍ଥାନୀୟ ମେଣ୍ଢାସାଳ ଅଂଚଳରେ ପ୍ରିୟଙ୍କା ପଟନାୟକ ହସ୍ପିଟାଲରେ ଭର୍ତି ହୋଇଥଲେ। ଇଂଜେକସନ ନେବା ପରେ ବେକରେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ ପ୍ରିୟଙ୍କା ଓ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ କହିବା ଅନୁଯାୟୀ, ଇଂଜେକସନ ଦେବାପରେ ଡାକ୍ତର ଓ ନର୍ସ ସେଠାରୁ ଚାଲିଯାଇଥିଲେ। ଭୁଲ ଇଂଜେକସନ ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରି ହସ୍ପିଟାଲ ସମ୍ମୁଖରେ ସବ ଧରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s

