ଭୁବନେଶ୍ୱର: ଆଜି ଓକାକ ପକ୍ଷରୁ ଆଇଟି ବୃତିଧାରୀଙ୍କ ଦ୍ଵିତୀୟ ଡୋଜ ଟୀକାକରଣ କାର୍ଯ୍ୟକୁ କ୍ରୀଡା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁସରକାନ୍ତି ବେହେରା ତଦାରଖ କରିଛନ୍ତି।ଓକାକ ଟାୱାର ଠାରେ ଅନୁଷ୍ଠିତ ଏହି ଟୀକାକରଣ କାର୍ଯ୍ୟକ୍ରମ ରେ ଆଇଟି ବୃତିଧାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ଟିକା ନେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ " ସମସ୍ତେ ଟିକା ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ " ଆହ୍ୱାନ କୁ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏଠାରେ ଉପସ୍ଥିତ ରହି ସମସ୍ତଙ୍କୁ ଟିକା ନବା ପାଇଁ ଉତ୍ସାହିତ କରିଥିଲେ। ଏଥି ସହିତ ଟିକା ନେଉଥିବା ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରିବା ଏବଂ ସରକାର ଙ୍କ ପ୍ରଦତ୍ତ ସମସ୍ତ କୋଭିଡ ମାର୍ଗଦର୍ଶିକା ର ସଠିକ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ ଓକାକ ପକ୍ଷରୁ ପ୍ରଥମ ଡୋଜ ଟୀକାକରଣ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ଡୋଜ ଟୀକାକରଣ ନେଇ ଆଇଟି ବୃତିଧାରୀ ମନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଗସ୍ତ ସମୟ ରେ ଓକାକ ଜେନେରାଲ ମ୍ୟାନେଜର ମଧୁମିତା ରଥ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଆଇଟି ବୃତିଧାରୀଙ୍କ ଟୀକାକରଣ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ତୁସାରକାନ୍ତି ବେହେରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

