ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପାଇବ ନୂତନତାର ସ୍ପର୍ଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନିର୍ମାଣ ହେବ ଏକ ଇଣ୍ଡୋର ଆଥଲେଟିସ ଷ୍ଟାଡିଅମ । ଚାରି ଶହ ମିଟର ଟ୍ରାକ ଥିବା ଏହି ଆଥଲେଟିକ ଷ୍ଟାଡିଅମ ନିର୍ମାଣ ନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ତୁସାରକାନ୍ତି ବେହେରା। ମନ୍ତ୍ରୀ କହିବା ଅନୁଯାୟୀ, ଏକ ବିଶ୍ୱସ୍ତରୀୟ ଟେନିସ କୋର୍ଟ ମଧ୍ୟ ନିର୍ମାଣ ହେବ। କୋର୍ଟରେ ଡେଭିଶ କପ ଭଳି ପ୍ରତିଯୋଗିତା ଖେଳାଯାଇପାରିବ। ସ୍ୱିମିଙ୍ଗ ପୁଲ ସହ ଅତିଥିଙ୍କ ପାଇଁ ହେବ ଗେଷ୍ଟ ହାଉସ । ଷ୍ଟାଡିଅମ ପରିସରରେ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ନିର୍ମାଣ କରିବାପାଇଁ ନିଷ୍ପତି ନିଆଯାଇଛି ।

powered by social2s