ରଥଯାତ୍ରା ପାଇଁ ପୁରୀରେ ମୁତୟନ ହେବେ ୬୫ ପ୍ଲାଟୁନ ପୋଲିସ ଫୋର୍ସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ଆଜି ସମୀକ୍ଷା କରାଯାଇଛି। ପୋଲିସ ADG R.K ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରଥଯାତ୍ରା ପାଇଁ ନିୟୋଜିତ ହେବେ ୬୫ ପ୍ଲାଟୁନ ଫୋର୍ସ। ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ। କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ ହେବ। ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା। ୩୧ ଜଣ DSP ଓ ସହକାରୀ କମାଣ୍ଡର ମୁତୟନ ହେବେ। ୬୪ ଜଣ IIC ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ।

powered by social2s