ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ବିରୋଧ କରି ଆଜି କଂଗ୍ରେସ ଓ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଛି।
ଭୁବନେଶ୍ୱର ରେଳ ଷ୍ଟେସନରେ କିଛି ସମୟ ପାଇଁ ବନ୍ଦ ସମର୍ଥକ ମାନେ ରେଳ ରୋକ କରିଥିଲେ। ସେହିପରି ମାଷ୍ଟ୍ରର କ୍ୟାଣ୍ଟିନ ଛକରେ ପିକେଟିଂ କରାଯାଇଛି। ଭୁବନେଶ୍ୱର ଜୟଦେବ ବିହାର ଛକ ଠାରେ ବାମଦଳର ସଦସ୍ୟ ମାନେ ରାସ୍ତାରୋକ କରିଥିଲେ।
ସେପଟେ ବାଲେଶ୍ୱର ରେଳ ଷ୍ଟେସନରେ ଟ୍ରେନ ହକଡ଼ା-ଚେନାଇ ଏକ୍ସପ୍ରେସ କିଛି ସମୟ ପାଇଁ ଅଟକ ରଖିଥିଲେ ବିକ୍ଷୋବକାରୀ।
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବନ୍ଦ ସମର୍ଥକ। ସହରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ରାୟଗଡ଼ା ଜିଲ୍ଲା ଗୁଣୁପୁର ରେଳ ଷ୍ଟେସନରେ ମଧ୍ୟ ରେଳ ରୋକ କରିଛନ୍ତି ସିପିଆଇଏମଏଲ କର୍ମକର୍ତ୍ତା।
ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପାଳନ ହେଉଛି ବନ୍ଦ।
powered by social2s

