ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୧୫ ଟି ପ୍ରସ୍ତାବକୁ ସର୍ବ ସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଏଥିରେ OSWAN ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପର ଅପଗ୍ରେଡେସନ୍ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଆଟି ଭିତ୍ତିଭୂମି ସୁଦୃଢ କରାଯିବ। ଏଥିରେ ସମସ୍ତ ଜିଲ୍ଲା ଓ ବ୍ଲକ ର ବ୍ୟାଣ୍ଡ ୱଇଡଥ୍ ବୃଦ୍ଧି କରାଯିବ। ଏହି OSWAN ପ୍ରକଳ୍ପରେ ୩୩୨ କୋଟି ଟଙ୍କା ଖର୍ଚ୍ଚ କରାଯିଵା ପାଇଁ ମଞ୍ଜୁରୀ ମିଳିଛି।
ସେହିଭଳି ରାଜ୍ୟର ୩ ଜିଲ୍ଲାକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁନ୍ଦରଗଡ, କେନ୍ଦୁଝର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମ ପାୟତରେ ଏହି ବ୍ୟବସ୍ଥା କରାଯିବ। ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବା ପାଇଁ କୁହାଯାଇଛି।
ଡୁଡୁକା, ଗୋପାଳପୁର ଓ ଟୋକରିଆ ରାସ୍ତା ୨ ଲେନ ହେବ। ୨ ଲେନ ରାସ୍ତାପାଇଁ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା।
ଭୁବନେଶ୍ୱର ସିଇଟି କଲେଜକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା।
OUTR ଏକକ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ତିଆରି କରାଯିବ ଭିତ୍ତିଭୂମି।
ସେହିଭଳି ସଂରକ୍ଷିତ ଖଣିରୁ ଆସିବାକୁଥିବା ଖଣ୍ଡାଲାଇଟ୍ ପଥର ଉପରୁ ଉଠିବ ରୟାଲିଟି ଟାକ୍ସ। ଏହି ଖଣ୍ଡାଲାଇଟ୍ ପଥର ଅବଢା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳର ବିକାଶରେ ଲାଗିବ ବୋଲି ଜଣାପଡିଛି।
ସେହିଭଳି ଦୀର୍ଘ ବିଚାରାଧୀନ ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମିର ସହଜ ହସ୍ତାନ୍ତର ପାଇଁ ପ୍ରତିବନ୍ଧକକୁ ହଟାଇ, ନିଯୁକ୍ତ ତାରିଖ ଅବଧି ଉପଯୁକ୍ତ ଭାବେ ବଢାଯାଇଛି।
ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ବାବଦକୁ ଧାର୍ଯ୍ୟ ଅନୁଯାୟୀ ସରକାରଙ୍କୁ ଦେୟ ପ୍ରଦାନ କରି ସ୍ଥାନାନ୍ତରଣ ଯୋଗ୍ୟ ଅଧିକାର ସମ ସ୍ଥାୟୀ ଭାବରେ ହସ୍ତାନ୍ତର ହୋଇପାରିବ।
ଏହାଦ୍ୱାରା ଗଞ୍ଜାମ, ଗଜପତି, କଳାହାଣ୍ଡି ତଥା ଅନ୍ୟ ଅଞ୍ଚଳର ଲକ୍ଷାଧିକ ଜମିଜମା ସମସ୍ୟାର ସମାଧାନ ହୋଇପାରିବ।
୧୫ଟି ପ୍ରସ୍ତାବକୁ ଓଡିଶା କ୍ୟାବିନେଟର ଅନୁମୋଦନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

