ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ଼ ୱାଇଡ଼ (SJCCWW) ଏବଂ ଆଇରିଶ ଓଡ଼ିଆ ଆସୋସିଏସନ (IOA)ର ମିଳିତ ଉଦ୍ୟମରେ ଜୁଲାଇ ୧୭ ତାରିଖ ଦିନ ଅନଲାଇନରେ ୭ମ ମାସିକ ଆନ୍ତର୍ଜାତିକ ସତସଙ୍ଗର ଆୟୋଜନ ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ କରାଯାଇଥିଲା।ଏଥିରେ ସମ୍ମାନିତ ଅତିଥି ରୂପେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ,ସ୍ୱାମୀ ମାଧବା ନନ୍ଦ ସରସ୍ବତୀ (ଚିନ୍ମୟ ମିଶନ,ପଟିଆଲା) ଏବଂ ବାବାଜୀ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ(ଝାଞ୍ଜପିଟା ମଠ,ପୁରୀ) ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ପରଂପରା ସମ୍ପର୍କରେ ଆଲୋଚନା କରିଥିଲେ।ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ମହିମାର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ।ସାରା ବିଶ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ହେବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରଂପରା ର ପ୍ରସାର ହେଉଥିବାରୁ ସେମାନେ ଆନନ୍ଦ ପ୍ରକାଶ କରିଥିଲେ। ଏଥର ସାରା ବିଶ୍ୱର ବିଭିନ୍ନ ଦେଶରୁ ୫୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ।
ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ଼ ୱାଇଡ଼ (SJCCWW) ସଂପର୍କରେ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ସମ୍ୟକ ସୂଚନା ଦେଇଥିଲେ। ଆଇରିସ ଓଡ଼ିଆ ଆସୋସିଏସନ (IOA) ସମ୍ପର୍କରେ ଡ଼ଃ ଦିଲ୍ଲୀପ ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ। ଏହି ସତସଙ୍ଗ ରେ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ ସଙ୍ଗୀତ ନିର୍ଦେଶକ ଶ୍ରୀ ପ୍ରଶାନ୍ତ ପାଢ଼ୀ ଏବଂ ସୁଗାୟିକା ଶ୍ରୀମତୀ ପ୍ରତିମାରଣୀ ପଣ୍ଡା। ଆୟରଲ୍ୟାଣ୍ଡ ବ୍ୟତିତ ଏଥିରେ ପ୍ରାୟ ଅନ୍ୟ ୧୦ଟି ଦେଶ- ଲଣ୍ଡନ,ଅଷ୍ଟ୍ରେଲିଆ, କାନାଡ଼ା,ଆମେରିକା, ଭାରତ, ବହାରିନ,ସିଟି ଅଫ ବାଥ (ୟୁକେ),,ମରିସସ,ମାଲେସିଆ, ନାଇରୋବି,ସୁଇଜରଲ୍ୟାଣ୍ଡ, କେନିଆ, ଋଷିଆର ପ୍ରତିନିଧିମାନେ ସେମାନଙ୍କ ଦେଶରେ ପ୍ରଚଳିତ ଜଗନ୍ନାଥ ପରଂପରା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅଧିବେଶନକୁ ଶ୍ରୀଯୁକ୍ତ ସଞ୍ଜୀବ ବାରିକ, ସରୋଜ କୁମାର ପାତ୍ର, ରାଜୀବ ପ୍ରସାଦ ଓ ଆଶିଷ ଜେନା ପରିଚାଳନା କରିଥିଲେ। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ଼ ୱାଇଡ଼ ଦ୍ୱାରା ପ୍ରତେକ ମାସରେ (ଜାନୁଆରୀ ମାସରେ ଅଷ୍ଟ୍ରେଲିଆ, ଫେବ୍ରୁଆରୀ ରେ ବହାରିନ,ମାର୍ଚ୍ଚ ରେ ବାଙ୍ଗାଲୋର, ଏପ୍ରିଲରେ ନାଭିମୁମ୍ବାଇ, ମେ ମାସରେ ମହାରାଷ୍ଟ୍ର ଓଡ଼ିଆ ୱେଲଫେୟାର ଆସୋସିସନ (MOWA) ତରଫରୁ ସ୍କନ୍ଦପୁରାଣ ତଥା (ଜୁନ ମାସରେ ଘାନା) ଏହିପରି ଆଧ୍ୟାତ୍ମିକ ଅଧିବେଶନ ର ଆୟୋଜନ କରାଯାଉଛି। ସାରା ବିଶ୍ୱର ଜଗନ୍ନାଥ ପ୍ରେମୀମାନଙ୍କୁ ଏକାଠି କରି ଶ୍ରୀଜଗନ୍ନାଥଙ୍କର ସଂସ୍କୃତି ଓ ଦର୍ଶନ ପ୍ରଚାର ଓ ପ୍ରସାର କରିବା SJCCWWର ଲକ୍ଷ୍ୟ। କାର୍ଯ୍ୟକ୍ରମର ଶେଷରେ ଆଇରିଶ ଓଡ଼ିଆ ଆସୋସିଏସନ ର ସୁଶ୍ରୀ ମିନୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଷ୍ଟ୍ରେଲିଆର ଶ୍ରୀଯୁକ୍ତ ତରୁଣ ଅଗସ୍ତି ଶାନ୍ତି ପାଠ କରିଥିଲେ।
ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ତରଫରୁ ଆନ୍ତର୍ଜାତିକ ସତସଙ୍ଗ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

