ପୁରୀ: ଆଜି ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି।ଜନ୍ମବେଦୀରେ ନବଦିନାତ୍ମକ ଲୀଳା ଖେଳା ସାରି ବହୁଡ଼ିବେ ମହାପ୍ରଭୁ।ପ୍ରାତଃ ୪:୧୦ ରେ ମଙ୍ଗଳ ଆଳତି ନିତୀ ଓ ତଡ଼ପଲାଗି ୪:୩୦ ରେ ଶେଷ ହୋଇଛି। ଅବକାଶ ନୀତି ୪:୩୦ ରେ ହେବାପରେ ୫:୧୦ ରେ ରୋଷ ହୋମ ଶେଷ ହୋଇଛି।ସେହିପରି ୫:୨୦ ରେ ବେଶ ଶେଷ ହୋଇ ୫:୩୦ ରେ ସୁର୍ଯ୍ୟ ପୂଜା କରାଯାଇଛି। ଏହାପରେ ୫:୪୦ ରେ ଦ୍ୱାରପାଳ ପୂଜା, ୫:୪୫ ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଛି।ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଛି। ଦିନ ୧୨ ଟାରେ ହେବାର ଥିଲା ପହଣ୍ଡି।ଧାଡ଼ିପହଣ୍ଡିରେ ରଥାରୁଢ଼ ହେବେ ଶ୍ରୀଜୀଉ।
powered by social2s

