ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ହେବାର ରହିଛି ସମ୍ଭାବନା।

 

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। କଟକର କଣ୍ଟାପଡାରେ ୧୨୩ ମିମି ବର୍ଷା ରେକର୍ଡ। ପୁରୀ ସତ୍ୟବାଦୀରେ ୧୧୪ ମିମି, ସୋନପୁର ଡୁଙ୍ଗୁରିପାଲିରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ପୁରୀ ଜିଲ୍ଲାର ପିପିଲିରେ ୯୧.୨, ଢେ଼ଙ୍କାନାଳ କଙ୍କଡାହାଡରେ ୮୭.୮ ମିମି, ଖୋର୍ଦ୍ଧା ବୋଲଗଡରେ ୮୬ ଓ ଭୁବନେଶ୍ୱରରେ ୭୭.୯ ମିମି ବର୍ଷା ରେକର୍ଡ।

 

powered by social2s