ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ, ଖୋର୍ଦ୍ଧା ତଥା ସାଇ ସେବା ସଦନ,ଗଇନାଡ଼ ସୌଜନ୍ୟତାରେ ଅଦ୍ୟ ତା-୨୧.୦୭.୨୦୨୧ ରିଖ ବୁଧବାର ଦିନ ସ୍ୱର୍ଗତ ମଧୁସ୍ମିତା ମଲ୍ଲିକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସାହିତ୍ୟ ଆଲୋଚନା,ବୃକ୍ଷରୋପଣ ଓ ପ୍ରାୟ ୪୦୦ଟି ମୁକ୍ତ ଚାରାବଣ୍ଟନ କରାଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ ସ୍ୱର୍ଗତା ମଲ୍ଲିକଙ୍କ ଗୁଣଗାନ କରିବା ସହ ସାହିତ୍ୟ ଚର୍ଚ୍ଚା ଏବଂ ନୀଳକଣ୍ଠରୂପୀ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ଗଭୀର ରେଖାପାତ କରିଥିଲେ।
ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ(ପ୍ରାକ୍ତନ ଅର୍ଥମନ୍ତ୍ରୀ,ରାଜନୀତି ସମୀକ୍ଷକ,ବିଶିଷ୍ଟ ସାହିତ୍ୟିକ) ପ୍ରଦୀପ ପ୍ରଜ୍ବଳନ କରି ସ୍ବର୍ଗତା ଆତ୍ମାର ସଦ୍ଗତି କାମନାପୂର୍ବକ ବୃକ୍ଷ ସହ ପୁରାଣ ଯୁଗର ସମ୍ପର୍କ ଦର୍ଶାଇ ଆଜିର ବିଷାକ୍ତ ପରିବେଶକୁ ଏହିଭଳି କାର୍ଯ୍ୟର ଯଥେଷ୍ଟ ଆବଶ୍ୟକତା ଥିବା ଏବଂ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥିଭାବେ ସାଇସେବା ସଦନର ପ୍ରତିଷ୍ଠାତା ଜଗନ୍ନାଥ ସାହୁ ,ନିଶିଗନ୍ଧାର ମୁଖପାତ୍ର ଜ୍ୟୋତିରଞ୍ଜନ ଦାଶ,ଯୁବ ସମାଜସେବୀ ତଥା ଛାତ୍ର ଦୁର୍ଗାପ୍ରସାଦ ନାୟକ,ସସ୍ମିତା ତରାଇ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ରବି ଦାଶ ଯୋଗଦେବା ସହ ମୁଖ୍ୟବକ୍ତା, ସାହିତ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଶିକ୍ଷକ ପଦ୍ମନାଭ ତ୍ରିପାଠୀ ସଭାପତିତ୍ୱ ସହ ଅତିଥି ପରିଚୟ ,ପ୍ରାରମ୍ଭରୁ ଜଗନ୍ନାଥ ଶ୍ଳୋକ ପାଠ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।
ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ କାର୍ଯ୍ୟକ୍ରମର ପରିଚାଳନା ତଥା ଅନୁଷ୍ଠାନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସର୍ବଶେଷରେ ଗଇନଡ଼ା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବା ସହ କାର୍ଯ୍ୟକ୍ରମଟି ସଫଳ ଭାବରେ ସମ୍ପର୍ଣ୍ଣ ହୋଇଥିଲା।
ବିଶିଷ୍ଟ କବୟିତ୍ରୀ ସ୍ବର୍ଗତ ମଧୁସ୍ମିତା ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ ଓ ମାଗଣା ଚାରାବଣ୍ଟନ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

