'ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଭାଇରସ'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଭାଇରସ ବୋଲି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ ନିର୍ଦେଶକ ଅଜୟ ପରିଡା। ପରିଡା କହିଛନ୍ତି ଯେ ପ୍ରଥମ ଲହରର ଭାଇରସ ମଣିଷ ଦେହରେ ୧୫ ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖା ଯାଇଛି ଏହି ଡେ଼ଲ୍ଟା ଭାଇରସ ମାସେ  ଯାଏଁ ଦେହରେ ସକ୍ରିୟ ରହୁଛି।

ଡେ଼ଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ସେ କହିଛନ୍ତି ଯେ ଲୋକେ କୋଭିଡ ନିୟମ ମାନୁ ନଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କାମୁନି । ଭାଇରସ ରପ ବଦଳାଇଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ରାଜ୍ୟରେ ୯୩ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ।

 

powered by social2s