ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଯୋଦ୍ଧା ଘୋଡ଼ା। ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଏହି ଐତିହାସିକ ଘୋଡ଼ାକୁ ରାଜଭବନ ଛକକୁ ସ୍ଥାନାନ୍ତର କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏକଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ଦରକାର ପଡ଼ିଲେ ସ୍ମାର୍ଟ ସିଟି ପ୍ଲାନ ବଦଳାଯିବ, କିନ୍ତୁ ଐତିହାସିକ ଘୋଡ଼ା ସ୍ଥାନାନ୍ତର ହେବ ନାହିଁ। ରାସ୍ତା ଉନ୍ନତିକରଣ ପାଇଁ ଐତିହାସିକ ଘୋଡ଼ାକୁ ସ୍ଥାନାନ୍ତର କରିବାପାଇଁ ନିଷ୍ପତି ନେଇଥିଲେ ସମ୍ପୃକ୍ତ କତ୍ତୃପକ୍ଷ। କିନ୍ତୁ ଏହି ନିଷ୍ପତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଥିଲା।
powered by social2s

