ଡେଙ୍ଗୁ ଚିନ୍ତାଜନକ ନୁହେଁ, ସତର୍କ ରହିବା ଆବଶ୍ୟକ: ଓଡ଼ିଶା ଜନସ୍ଵାସ୍ଥ୍ୟ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଡେଙ୍ଗୁ ଚିନ୍ତାଜନକ ନୁହେଁ, ସତର୍କ ରହିବା ଆବଶ୍ୟକ: ଓଡ଼ିଶା ଜନସ୍ଵାସ୍ଥ୍ୟ ନିର୍ଦେଶକ ଭୁବନେଶ୍ୱର: ଓଡ଼ିଶାର ମୋଟ ୪୨୭ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୨୭୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିବା ଅନୁଯାୟୀ, ଡେଙ୍ଗୁ ଚିନ୍ତାଜନକ ନୁହେଁ, କିନ୍ତୁ ସମସ୍ତେ ସଚେତନ ରହିବା ଆବଶ୍ୟକ। ମିଶ୍ର କହିଛନ୍ତି ଯେ ଗତ ୩୦ ତାରିଖରୁ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। ସାତ ଦିନରୁ ଅଧିକ ପାଣି ଜମିଲେ ଡେଙ୍ଗୁ ମଶା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସପ୍ତାହକ ଥରେ ଘର ଚାରିପଟେ ଜମୁଥିବା ପାଣି ସଫା କରିବାକୁ ଓ ମଶା ଧୂପ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।

powered by social2s