ଓଡ଼ିଶାର ୪ ହଜାରରୁ ଅଧିକ ପଡ଼ା ହେବ ରାଜସ୍ବ ଗାଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ୪ ହଜାରରୁ ଅଧିକ ପଡ଼ା ହେବ ରାଜସ୍ବ ଗାଁ। ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ। ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ଵିଷ୍ଣୁପଦ ସେଠୀଙ୍କ ଚିଠି। ରାଜସ୍ବ ଗାଁ ଠାରୁ ଅଧ କିଲୋମିଟରରୁ ଦୂରରେ ଥିବା ପଡ଼ା ହେବ ରାଜସ୍ବ ଗାଁ। ରାଜସ୍ବ ଗାଁ ହେବା ପାଇଁ ପଡ଼ାର ଲୋକସଂଖ୍ୟା ୨୫୦ ରୁ ଅଧିକ ହେବା ଆବଶ୍ୟକ। ମୂଳ ଗାଁ ଠାରୁ ଅଧ କିଲୋମିଟର ଭିତରେ ଥିଲେ ବି ପଡ଼ା ହୋଇପାରିବ ରାଜସ୍ବ ଗାଁ। ଏହି ପାଇଁ ପଡ଼ାର ଲୋକସଂଖ୍ୟା ୩୦୦ ରୁ ଅଧିକ ହୋଇଥିବା ଜରୁରୀ।

powered by social2s