ଭୁବନେଶ୍ୱର: ନିଶିଗନ୍ଧା ସାହିତ୍ୟ ସଂସଦ,ଖୋର୍ଦ୍ଧା,ଭୁବନେଶ୍ୱର ପକ୍ଷରୁ ବନ ମହୋତ୍ସବ ପାଳିତ ଓ ଚାରା ବଣ୍ଟନ କରାଯାଇଛି ।
ଆବଶ୍ୟକତା ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ l ବୃକ୍ଷ ମାନବର ଆବଶ୍ୟକତା ପରିପୂରଣ କରୁଥିବାରୁ ସେ ହିଁ ମନୁଷ୍ୟର ପ୍ରକୃତ ବନ୍ଧୁ l ଏହି ମର୍ମରେ ଆଜି ବିଶ୍ୱ ବନ୍ଧୁତା ଦିବସ ଅବସରରେ ବେଲପାହାଡ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାଣୀବିହାର ଜଗନ୍ନାଥ ମନ୍ଦିର ପାଖ ସମ୍ମୁଖ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଆମ୍ବ, ପଣସ, ନିମ୍ୱ, କରଞ୍ଜ ର ପଚିଶି ଗୋଟି ଚାରା ସଭ୍ୟଙ୍କ ଦ୍ୱାରା ରୋପଣ କରାଯାଇଥିଲା l ରୋପଣ କରାଯାଇଥିବା ଚାରା ଗୁଡିକର ଯତ୍ନ ନେଇ ବଡ କରିବାକୁ ସମସ୍ତେ ପଣ କରିଥିଲେ l ବେଲପାହାଡ ସମ୍ବାଦ ସାହିତ୍ୟ ଘର ସଭାପତି ଇଂଜିନିଅର ଶଶୀଭୁଷଣ ପାତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିବାବେଳେ ନିଶିଗନ୍ଧା ରାଜ୍ୟ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟନାୟକ ସ୍ୱାଗତ, ପରିଚୟ ଓ ବୃକ୍ଷ ରୋପଣର ମହନୀୟତା ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ସଭ୍ୟ ସର୍ବେଶ୍ୱର ମହାରଣା, ପଶ୍ଚିମାଞ୍ଚଳ ସଂଯୋଜକ ନୀଳମଣି ଥପା,ସଭାପତି ଭଗବାନ ଓତା,ଦୁର୍ମୁଖ ସାପ୍ତାହିକ ଖବର ର ଝାରସୁଗୁଡା ପ୍ରତିନିଧି ତଥା ନିଶିଗନ୍ଧା ଆଜୀବନ ସଦସ୍ୟ ଯୋଗେଶ୍ୱର ସାହୁ, ରେଙ୍ଗାଲି ପ୍ରତିନିଧି ପ୍ରକାଶ ପୃଷ୍ଟି, ସୁଧୀର ଗୁପ୍ତା,ଦୀକ୍ଷିତ ନନା ଯୋଗଦେଇ ଚାରାରୋପଣ କରିଥିଲେ l ଶେଷରେ ଭଗବାନ ଓତା ଧନ୍ୟବାଦ ଅର୍ପଣ କରିଥିଲେ l
ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବନ ମହୋତ୍ସବ ପାଳିତ ଓ ଚାରା ବଣ୍ଟନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

