ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖୋଲିଲା ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ କଟକଣାରେ ଖୋଲିଲା ମନ୍ଦିର। ଶ୍ରଦ୍ଧାଳୁଙ୍କ ପାଇଁ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମା ବିରଜାଙ୍କ ମନ୍ଦିର ଖୋଲିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ମେ ୫ ତାରିଖରୁ ବନ୍ଦ ଥିଲା ମନ୍ଦିର। ସେହିପରି, ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲାଯାଇଛି। ଲକଡାଉନ ପରଠାରୁ ବନ୍ଦ ଥିଲା ମନ୍ଦିର। ସେପଟେ କଟକ ଓ କୋରାପୁଟ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆଜିଠୁ ଖୋଲିଛି। କଟକ ସହରରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିବା ନେଇ ନିଷ୍ପତ୍ତି ନେବ କଟକ ମୁନିସିପାଲ କର୍ପୋରେସନ।

powered by social2s