ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଚଳିତ ସିବିଏସଇ ୧୦ମ ପରୀକ୍ଷାରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି। ଚଳିତ ବର୍ଷ  ବିଦ୍ୟାଳୟର ୮୨ ଜଣ ଛାତ୍ର ପରୀକ୍ଷା ଦେଇଥିଲେ। ସୌଭାଗ୍ୟ କୁମାର ଦାସ ସର୍ବାଧିକ ୯୭.୬ ପ୍ରତିଶତ ମାର୍କ ରଖି ପ୍ରଥମ, ବିଷ୍ଣୁ ପ୍ରସାଦ ବେହେରା ୯୩.୨% ମାର୍କ ସହ ଦ୍ଵିତୀୟ ଏବଂ ଅମରେନ୍ଦ୍ର ତ୍ରିପାଠୀ ୯୦.୮% ମାର୍କ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମୋଟ ୮୨ ଜଣଙ୍କ ମଧ୍ୟରୁ ୩ ଜଣ ୯୦ ପ୍ରତିଶତରୁ ଅଧିକ, ୫୪ ଜଣ ୬୦%ରୁ ଅଧିକ ଏବଂ ୬୫ ଜଣ ୫୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ଏକାଦଶ ଶ୍ରେଣୀ ପାଇଁ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଦ୍ୟାଳୟ ସଭାପତି ନିର୍ଲିପ୍ତାନନ୍ଦ ସ୍ୱାମୀଜୀ ମହାରାଜ, ସମ୍ପାଦକ ଶିବଚିଦାନନ୍ଦ ସ୍ୱାମୀଜୀ ମହାରାଜ ଓ ଯୁଗ୍ମ ସମ୍ପାଦକ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ ଓ ମ୍ୟାନେଜର ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ ଉକ୍ତ ସଫଳତା ପାଇଁ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସମସ୍ତ ଶିକ୍ଷକ ଓ ଛାତ୍ରମାନଙ୍କୁ ଶୁଭେଛା ଜଣାଇଛନ୍ତି।

 

powered by social2s