CBSE ବୋର୍ଡ ପରୀକ୍ଷାରେ ପିନାକ୍ସି ପ୍ରିୟଦର୍ଶିନୀ ସର୍ବାଧିକ 99.8% ମାର୍କ ରଖି ଡାଲମିଆ ବିଦ୍ୟାମନ୍ଦିରରୁ ସର୍ବୋଚ୍ଚ ସ୍ଥାନରେ ଉତ୍ତୀର୍ଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: 2020-21 ଶିକ୍ଷା ବର୍ଷ ର CBSE ବୋର୍ଡ ପରୀକ୍ଷାରେ ପିନାକ୍ସି ପ୍ରିୟଦର୍ଶିନୀ ସର୍ବାଧିକ 99.8% ମାର୍କ ରଖି ଡାଲମିଆ ବିଦ୍ୟାମନ୍ଦିର, ରାଜଗାଙ୍ଗପୁରରୁ ସର୍ବୋଚ୍ଚ ସ୍ଥାନରେ ଉତ୍ତୀର୍ଣ ହୋଇଛନ୍ତି |

ଏହି ସଫଳତା ପଛରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ସହ ପରିବାର ଏବଂ ଶିକ୍ଷକ ମାନଙ୍କର ଭରପୁର ସହଯୋଗ ରହିଛି ବୋଲି ପିନାକ୍ସି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି |

ତାଙ୍କର ଏହି ଦୃଷ୍ଟାନ୍ତ ମୂଳକ ଉତୀର୍ଣ୍ଣ ରେ ସେ ଅଂଚଳର ସମସ୍ତ ସ୍କୁଲ ଓ ଡାଲମିଆ ସିମେଣ୍ଟ କମ୍ପାନୀ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିର୍ଣ୍ଣ ସଂଗଠନ ଓ ଶିକ୍ଷାବିତ ଙ୍କ ମହଲରେ ଆନନ୍ଦର ଲହର ଖେଳିଯିବା ସହିତ ଅନେକ ଶୁଭେଚ୍ଛା ଓ ଶୁଭକାମନା ସାଉଁଟି ଆଣିବାରେ ସେହି ସୁପୁତ୍ରି ସକ୍ଷମ ହୋଇପାରିଛନ୍ତି |

ଆମେ ଏଠାରେ କହିରଖୁଛୁ କି ଯେ ସେ ଇଂ.ବୈଦ୍ୟନାରାୟଣ ମିଶ୍ର ଓ ପ୍ରଭାତୀ ମିଶ୍ର ଙ୍କର ଏକ ମାତ୍ର କନ୍ୟା ଅଟନ୍ତି |

 

 

powered by social2s