ଭୁବନେଶ୍ବର: ଭୁବନେଶ୍ୱରରେ ନିର୍ମାଣ ହେବ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଓଡ଼ିଶାରେ ନିର୍ମାଣ ୮୯ ଟି ଇଣ୍ଡୋର ଷ୍ଟାଡିଅମ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ ମିଳିଛି।ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ନିର୍ମାଣ ହେବ ଷ୍ଟାଡିଅମ। ଏଥି ପାଇଁ ଖର୍ଚ୍ଚ ହେବ ୬୯୩.୩୫ କୋଟି ଟଙ୍କା।୧୮ ମାସ ମଧ୍ୟରେ ଷ୍ଟାଡିଅମ ନିର୍ମାଣ କାର୍ଯ୍ୟ ଶେଷ ହେବ।ଅପ୍ପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ଵ କେନାଲ ର ପୁନରୁଦ୍ଧାର ପାଇଁ ନିଆଯାଇଛି ନିଷ୍ପତ୍ତି। ଏଥି ପାଇଁ ଖର୍ଚ୍ଚ ହେବ ୧୪୮, ୧୨,୬୫,୮୯୪ କୋଟି ଟଙ୍କା।ଏହି ସବୁକୁ ମିଶାଇ କ୍ୟାବିନେଟ ଆଜି ୧୬ ପ୍ରସ୍ତାବ ରେ ମୋହର ମାରିଥିବା ସୂଚନା ମିଳିଛି।
powered by social2s

