ଓଡ଼ିଶାରେ ପାର୍ବଣ ରୁତ୍ତୁ ପାଇଁ ମାର୍ଗଦର୍ଶିକା ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅଗଷ୍ଟ ରୁ ନଭେମ୍ବର ଯାଏଁ ହେବାକୁ ଥିବା ପାର୍ବଣ ରୁତ୍ତୁ ପାଇଁ ଓଡ଼ିଶା ସରକାର ଜାରି କଲେ ସ୍ୱତନ୍ତ୍ର କୋଭିଡ-୧୯ ମାର୍ଗଦର୍ଶିକା। ଚଳିତ ବର୍ଷରେ ପଡ଼ୁଥିବା ଗଣେଶ ପୂଜା,ଦୁର୍ଗାପୂଜା,ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପ୍ରଭୃତି ପୂଜା ପାର୍ବଣ ପାଳନ ପାଇଁ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କ୍ଲବ/ଅନୁଷ୍ଠାନ ମାନେ ଉଚ୍ଛବ ପାଳନ କରିବେ। ମାର୍ଗଦର୍ଶିକା ଅନୁଯାଇ ଦେବଦେବୀଙ୍କ ମୂର୍ତ୍ତି ୪ଫୁଟ ରୁ ଅଧିକ ହେବ ନାହିଁ। ପୂଜା ମଣ୍ଡପ ର ତିନି ପାର୍ଶ୍ଵ ସଂପୂଣ୍ଣ ଭାବେ ଆବଦ୍ଧ ରହିବ।କୌଣସି ଶ୍ରଦ୍ଧାଳୁଙ୍କୁ ମଣ୍ଡପକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ।ପୂଜା ମଣ୍ଡପ ଭିତରେ ପୂଜକ ଓ କର୍ମକାର୍ତ୍ତାଙ୍କୁ ମିଶାଇ ସାତ ଜଣରେ ସୀମିତ ରହିବ। କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ନାହିଁ।ଡ଼ାକବାଜି ଯନ୍ତ୍ର ବ୍ୟବହାର ହେବ ନାହିଁ। ମଣ୍ଡପ ର ସମ୍ମୁଖ ଭାଗ ମଧ୍ୟ ପରଦାରେ ବନ୍ଦ ରହିବ। ଶିକ୍ଷାନୁଷ୍ଠାନ ମାନଙ୍କରେ କମ ସଂଖ୍ୟକ ପିଲାଙ୍କୁ ନେଇ ହେବ ଗଣେଶ ପୂଜା।

powered by social2s