ଭୁବନେଶ୍ୱରରେ ଅଗଷ୍ଟ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଅଗଷ୍ଟ ୨୩ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୌଣସି ଧର୍ମାନୁଷ୍ଠାନରେ ୨୫ ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା। କେବଳ ଲିଙ୍ଗରାଜ ମନ୍ଦିରରେ ଏକ ସମୟରେ ୧୦୦ ଜଣଙ୍କୁ ମିଳିବ ଅନୁମତି। ଧର୍ମାନୁଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା ନିଷେଧ।ପୂଜକମାନେ କୋଭିଡ ନେଗେଟିଭ ହୋଇଥିବା କିମ୍ୱା ୨ ଡୋଜ ଟିକା ନେଇଥିବା ଜରୁରୀ। ବୟସ୍କ, ଗର୍ଭବତୀ ବା ୧୮ ବର୍ଷରୁ କମ ବୟସ୍କଙ୍କୁ ଧର୍ମାନୁଷ୍ଠାନକୁ ଅନୁମତି ନାହିଁ।

powered by social2s