କେନ୍ଦୁଝର: ଡିବିରି ନିଆଁ ରେ ଜଳି ଜଣେ ମହିଳା ଓ ତାଙ୍କ ୧୨ ବର୍ଷ ର ପୁଅ ଗୁରୁତର ହୋଇଥିବାର ସୂଚନା। କେନ୍ଦୁଝର ଜିଲ୍ଲା ବାରିଆ ଥାନା ସାନ ନେଉଳି ଗାଁ ରେ ଘଟିଛି ଏଇ ଅଭାବନିଅ ଘଟଣା। ଗତକାଲି ରାତିରେ ଶକୁନ୍ତଳା ମୁଣ୍ଡା ଖାଇବାକୁ ବାଢୁଥିବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ମାଆ ଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ପୁଅ ବିପିନି ମୁଣ୍ଡା ଙ୍କୁ ଶକୁନ୍ତଳା ପ୍ରାଣ ବିକଳରେ ଜାବୁଡ଼ି ଧରିଥିଲେ। ପରେ ଘଟଣାସ୍ଥଳରେ ଦୁଇ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ସ୍ଥାନୀୟ ଲୋକେ।
powered by social2s

