ଭୁବନେଶ୍ୱର: କୋଭିଡ ହେଲ୍ପଳାଇନ ନମ୍ବର ୧୦୪ କୁ ଆସୁଛି ଫେକ କଲ। କେତେଟା ନମ୍ବରରୁ ପ୍ରାୟ ୫୦୦ ଅଧିକ ଥର କଲ ଆସୁଥିବା ଅଭିଯୋଗ ହୋଇଛି। ଏପରିକି କଲ ସେଣ୍ଟରର ମହିଳା କର୍ମଚାରୀ ଓ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କିଛି ଲୋକ ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି। ଏନେଇ ୧୦୪ ହେଲ୍ପଳାଇନ ପରିଚାଳନା ଦାୟିତ୍ୱ ରେ ଥିବା କମ୍ପାନୀ ଜିକିତଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଏତେଲାରେ ୩୦ଟି ନମ୍ବର ଉଲ୍ଲେଖ ରହିଛି ଯେଉଁଥିରେ ୫୦ରୁ ଅଧିକ ଏଭଳି କଲ ଆସିଛି। ଏହା ମଧ୍ୟରୁ ଗୋଟିଏ ନମ୍ବର ରୁ ୪୯୨ଥର, ଅନ୍ୟ ଏକ ନମ୍ବର ରୁ ୨୦୧ ଥର କଲ ଆସିଥିବା ଅଭିଯୋଗ ହୋଇଛି। ଦଶଟି ନମ୍ବରରୁ ୧୦୦ ଅଧିକ ଥର କଲ ଆସିଥିବା ଅଭିଯୋଗରେ ଲେଖାଯାଇଛି। ୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଥିବା ଅଭିଯୋଗ ହୋଇଛି।
powered by social2s

