ଓଡ଼ିଶାର ରାସ୍ତାରୁ ହଟିବ ୧୫ ବର୍ଷ ତଳର ପୁରୁଣା ଗାଡ଼ି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ ନୀତି ଅନୁସାରେ ଓଡ଼ିଶାରେ ମଧ୍ୟ ରାସ୍ତାରୁ ପୁରୁଣା ଗାଡ଼ି ହଟିବ। ରାଜ୍ୟରେ ୧୫ ବର୍ଷ ତଳର ପୁରୁଣା ଗାଡ଼ି ଗୁଡିକ ହଟାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ରାଜ୍ୟରେ ଥିବା ପୁରୁଣା ଗାଡ଼ି ଗୁଡ଼ିକୁ ଚିହ୍ନଟ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଆସିବାପରେ ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

powered by social2s