ଖୋର୍ଦ୍ଧା: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ,ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ପକ୍ଷରୁ ଦେଶର ପଚସ୍ତରୀତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ବାଣୀ ବରିଷ୍ଠ ନାଗରିକ ମଞ୍ଚ ,,ଚକେଇଶେଣି ,ଭୁବନେଶ୍ୱର ଠାରେ ସଭ୍ୟ ଓ ସଦସ୍ୟ ମାନଙ୍କ ଉପସ୍ଥିତି ରେ l ପ୍ରଥମ ଅଧିବେଶନ ତଥା ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ପତାକା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ପୂର୍ଵତନ ଲୋକସଭା ସାଂସଦ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ ଉପସ୍ଥିତ ଥିଲେ l ସଭlରେ ସଭାପତିତ୍ୱ କରିଥିଲେ ଚକ୍ରଧର ତ୍ରିପାଠୀ l ପ୍ରତିଷ୍ଠାତା ବଳରାମ ତରାଇ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ lକାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ତଥା ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରିଥିବା ଓଡ଼ିଶାର ୬୪ ଜଣ ପ୍ରକୃତି ପ୍ରେମୀଙ୍କୁ" ନିଶିଗନ୍ଧା ପ୍ରକୃତିବନ୍ଧୁ ସମ୍ମାନ "ରେ ଆଭାସୀ ପ୍ରଣାଳୀରେ ସମ୍ମାନିତ କରlଯାଇଥିଲା l ସାନ୍ଧ୍ୟ ଅଧିବେଶନରେ ଉଦଘାଟକ ରୂପେ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ, ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ଼ଃ ହୃଷିକେଶ ମଲ୍ଲିକ, ମୁଖ୍ୟ ବକ୍ତା ଭାବରେ ଓଡିଶା ରାଜ୍ୟ ରlଜଭାଷା ବିକାଶ ପରିଷଦ ଅଧ୍ୟକ୍ଷ ନାରାୟଣ ମୁଦୁଲି ଏବଂ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଡେପୁଟି କଲେକ୍ଟର ସୀତାଂଶୁ ତ୍ରିପାଠୀ ଯୋଗଦେଇ ସାହିତ୍ୟର ବିକାଶ ଧାରାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ମତ ବ୍ୟକ୍ତ କରିଥିଲେ ଏବଂ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ବିଭିନ୍ନ ସମାଜ ଅଭିମୁଖୀ କାର୍ଯ୍ୟ ପାଇଁ ବେଶ ପ୍ରଶଂସା କରିଥିଲେ।ଏହି ସଭାଟିରେ ଅନୁଷ୍ଠାନର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଫାରକ ସଭାପତିତ୍ୱ କରିଥିଲେ l ଉପଦେଷ୍ଟା ନିରଦ ଚନ୍ଦ୍ର ଜେନା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦିକା ଆବହାକ ବଳରାମ ତରାଇ,ସରସ୍ୱତୀ ନାୟକ ଓ କରୁଣାରାକର ମଲ୍ଲିକ ପ୍ରାରମ୍ଭିକ ଭାଷଣ ଓ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟନାୟକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରେ ପରେ ନିଶିଗନ୍ଧା ସାହିତ୍ୟ ସଂସଦର ଚାରୋଟି ଜୋନରେ ଜୋନର ସଭାପତି, ସଂଚାଳକ ଓ ସଂଯୋଜକଙ୍କ ସହଯୋଗରେ "ସ୍ୱାଧୀନ ଭାରତ"ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଅନେକ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ l
ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ 'ନିଶିଗନ୍ଧା ଶପ୍ରକୃତିବନ୍ଧୁ ସମ୍ମାନ' ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

