ଭୁବନେଶ୍ୱର: ଭୁବନେଶ୍ୱର ସତସଙ୍ଗ ବିହାର ପରିସରକୁ ଭଜନ ସିଡ଼ି "ଦୟାଲ ବନ୍ଦନା" ଡିଜିଟାଲ ପ୍ଲାଟଫର୍ମରେ ଉଦଘାଟିତ ହୋଇସାରିଛି। ସତସଙ୍ଗ ଦେଓଘର ର ଉପପ୍ରସାସକ ଅନିଦ୍ୟ ଦ୍ୟୁତି ଚକ୍ରବର୍ତ୍ତୀ ଏହି ଭଜନ ସିଡ଼ି ପ୍ରସ୍ତୁତ ପାଇଁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସନ୍ୟାସୀ କୁମାର ବେହେରାଙ୍କୁ ଆଶୀର୍ବାଦ ଦେବା ସହ ଏହାର ନାମକରଣ "ଦୟାଲ ବନ୍ଦନା" ରଖିଛନ୍ତି। ଉକ୍ତ ଉଦଘାଟିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡକ୍ଟର ସଞ୍ଜୟ ଶତପଥୀ, ମୁଖ୍ୟ ଅତିଥି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ, ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର, ଓଡିଶା ରାଜ୍ୟ ମହିଳା କମିଶନର ଅଧଃକ୍ଷା ଡକ୍ଟର ମିନତୀ ବେହେରା, ଉତ୍କଳ ଗ୍ରାମ୍ୟ ସ୍ୱରାଜ୍ୟ ର ସଭାପତି ବ୍ରହ୍ମାନନ୍ଦ ମହାନ୍ତି, ଭୁବନେଶ୍ୱର ସତସଙ୍ଗ ବିହାର ର ମୁଖ୍ୟ ସଂଚାଳନ ଅଭୟ କୁମାର ପରିଡା ପ୍ରମୁଖ ଯୋଗଦେଇ ଭାଦ୍ର ପରିକ୍ରମା ସତସଙ୍ଗ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଭଜନ ଗାଉଥିବା କଣ୍ଠଶିଳ୍ପୀ ମାନଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ। ଉତ୍ସବ ପ୍ରାରମ୍ଭରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା ବେଦ ପାଠ କରିଥିଲେ ଓ ଶ୍ରୀ ଅଧିକାରୀ ଅନନ୍ତ ଦାସ ମଙ୍ଗଳାଷ୍ଟକ ପାଠ କରିଥିଲେ। ସହ ପ୍ରତିରିତିକ ଅଲେଖ ଚକ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ କିଶୋର ପ୍ରସାଦ ଉପଯୋଜନା କେନ୍ଦ୍ର ର ସଂଚାଳକ ଗିରିସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆନନ୍ଦ ଚାରିଟେବୁଲ ଟ୍ରଷ୍ଟ,ଅଂଶ ଫାଉଣ୍ଡେସନ ଟ୍ରଷ୍ଟ, ବିଏନଆଇ, ୨୪×୭ ନିୟୁଜ ଆଲର୍ଟ ଏବଂ ଓଡିଶା ଲାଇଫ ପକ୍ଷରୁ ଏହି ଭଜନ ସିଡ଼ି ପ୍ରସ୍ତୁତ ପାଇଁ ସହଯୋଗ କରାଯାଇଥିଲା। ଏହି ଭଜନ ସିଡିରେ ମୋଟ ୧୨ଟି ଭଜନ ଅଛି। ଏହି ଭଜନ ଗୁଡ଼ିକ ସନ୍ୟାସୀ କୁମାର ବେହେରାଙ୍କ ଦ୍ୱାରା ରଚନା ଓ ପ୍ରଯୋଜନା କରାଯାଇଛି। ସଙ୍ଗିତ ନିର୍ଦେଶକ କେଶବ ଚନ୍ଦ୍ର ସାହୁ ସ୍ୱର ଦେଉଥିବା ବେଳେ, ବିଭୁତି ପ୍ରସାଦ ତ୍ରିପାଠୀ ସଙ୍ଗୀତ ପରିଚାଳନା କରିଛନ୍ତି। "ମହାଚେତନା ର ମହାଭାଵ", "ତୁମ ବିନା ନାହିଁ ପ୍ରଭୁ ମୋର", "ପ୍ରେମମୟ ତୁମେ ପ୍ରାଣମୟ ତୁମେ", "ସାଧନା କରିଛି ପ୍ରଭୁ ଆନନ୍ଦ", " କରୁଣା ବାରିରେ ମତେକର ପ୍ରଭୁ ଅଭିଷିକ୍ତ", "ଭକତ ଅନ୍ତରେ ବିଦ୍ୟମାନ ପ୍ରଭୁ", "ବନ୍ଦା ମୋ ହୃଦୟେ ପ୍ରଭୁ", "ପରିପୂର୍ଣ୍ଣ କଲ ଶୂନ୍ୟ ଏ ଜୀବନ", "ଶାଶ୍ୱତ ତୁମେ ଅନୁପମ ତୁମେ", "ମହଭାବି ପ୍ରକଟିକ ନେଇ ପୂର୍ଣ୍ଣ ଅବତାର", ଓ "ଭକତି ଅଞ୍ଜଳି ପାଦତଳେ ଢାଳି" ଆଦି ଭଜନ ଗୁଡିକ ରହିଅଛି। ଏହି ଭଜନ ଗୁଡିକ ସୁଶାନ୍ତ କୁମାର ନାୟକ,ସାସ୍ବତୀ ମିଶ୍ର, ରଞ୍ଜିତ ରଞ୍ଜନ ନାୟକ ,ମନ୍ଦାକିନୀ ଶ୍ରୀୟା, ହିମାଂଶୁ ଭୂଷଣ ସେନାପତି,ସୁଭଦ୍ରା ବେହେରା, ଡକ୍ଟର ଜୟପ୍ରକାଶ ଦାସ, ସୁପ୍ରଭା ପତି, ବିପିନ ବିହାରୀ ନାୟକ, ତାପଇ ଜେନା,ଜୟନ୍ତୀ ବାସାଖ ଓ କେଶବ ଚନ୍ଦ୍ର ସାହୁ ଗାଇଛନ୍ତି।
ସଙ୍ଗୀତ ଜଗରକୁ ନୂଆ ସ୍ୱାଗତ ଭଜନ "ଦୟାଲ ବନ୍ଦନା" ର ସୁମଧୁର ଉପହାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

