ଭୁବନେଶ୍ୱର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ୟୁନିସେଫ ସହାୟତା ରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ୩୦ଟି ଜିଲ୍ଲାରେ କୋଭିଡ ସଚେତନତା ରଥ ଗଡ଼ିବା ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ(ଭା.ପ୍ର.ସେ) ଓ ନିର୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ (ଭା.ପ୍ର.ସେ) ଏହି ଶିବିରକୁ ଶୁଭାରମ୍ଭ କରିଛନ୍ତି। ତା ୧୭/୦୮/୨୦୨୧ ରେ ବିଭାଗର ଅଧିକାରୀ, ସଂଶୋଧନ ସଦସ୍ୟ ଓ ପରିଦର୍ଶକ ମାନଙ୍କୁ ନେଇ ନୀତିଗତ ପ୍ରସ୍ତୁତି ପାଇଁ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ୟୁନିସେଫ ର ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ଓ ବିଭାଗର ନିର୍ଦେଶକ ଏହି କାର୍ଯ୍ୟକ୍ରମ ରେ ମାର୍ଗଦର୍ଶନ ପ୍ରସ୍ତୁତି କରିଥିଲେ।
ଆଜି ୧୦ଗୋଟି ଜିଲ୍ଲା ଯଥା ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର,ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାର ସଂସ୍କୃତି ସଙ୍ଘର ଉପସଭାପତି ଓ ଦୁଇ ଜଣ ଲୋକ କଳାକାର ଭାଗ ନେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ନିର୍ଦେଶକ କୋଭିଡ ମହାମାରୀରୁ ଛୋଟ ପିଲାଙ୍କୁ ସୁରକ୍ଷା ପାଇଁ ଟୀକାକରଣ ର ବ୍ୟାପକତା ପାଇଁ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।ଆଗକୁ ୩୦ଟି ଜିଲ୍ଲାରେ ୟୁନିସେଫ ସହାୟତା ରେ ଜିଲ୍ଲା ସଂଯୋଜକ ମାନଙ୍କୁ ସେପ୍ଟେମ୍ବର ମାସରୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ।ଏହା ସହିତ ସମସ୍ତ ୩୦ଗୋଟି ଜିଲ୍ଲାରେ କଳାକାର ସ୍ୱୟଂ ସହାୟକ ସଙ୍ଘ ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ପ୍ରକାଶ କରିଥିଲେ।
ଶାସନ ସଚିବ ଶ୍ରୀଯୁକ୍ତ ଦଳାଇ କୋଭିଡ ସଚେତନ ରଥକୁ ଅଧିକ ଫଳପ୍ରଦ କରିବା ପାଇଁ କହିଥିଲେ।ସାମାଜିକ ଗଣମାଧ୍ୟମର ସୁଫଳ ବିନିଯୋଗ ଓ ୪କୋଟି ଓଡ଼ିଆ ଙ୍କ ସହ ଯୋଡି ହେବା ପାଇଁ ଆହ୍ଵାନ ଦେଇଥିଲେ।
ପ୍ରସ୍ତାବିତ ଷ୍ଟେଜ ଅନ ହ୍ବିଲ ପ୍ରତି ଜିଲ୍ଲାର ପ୍ରତ୍ୟେକ ଟି ଗାଁରେ ପହଞ୍ଚିବ ଓ ଗ୍ରାମ ସ୍ତରରେ କଳାକାର ମାନେ ସୁସଜ୍ଜିତ ଗାଡି ଉପରେ ସଚେତନତା ବାର୍ତା ବାଣ୍ଟିବେ।ଏହାର ପ୍ରାଥମିକ କାର୍ଯ୍ୟକ୍ରମ ଆଞ୍ଚଳିକ ତାଲିମ ଆଜିଠାରୁ ଆରମ୍ଭ ହୋଇଛି।
ଦକ୍ଷିଣାଞ୍ଚଳର ୧୦ ଗୋଟି ଜିଲ୍ଲାର ତାଲିମ କାର୍ଯ୍ୟକ୍ରମ ୨୦ ରୁ ୨୧ ଏବଂ କେନ୍ଦ୍ରାଞ୍ଚଳର ୧୦ ଟି ଜିଲ୍ଲାର ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ୨୬ ଓ ୨୭ ତାରିଖରେ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ସଚେତନତା ଗାଡ଼ି ଗଡ଼ିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଲବିଷୋୟୀ ଆୟୋଜନ ଓ ପରିଚାଳନା କରୁଛନ୍ତି।
ସଚେତନତା ରଥ କୋଭିଡ ବାର୍ତ୍ତା ବାଣ୍ଟିବା ସହ ଶିଶୁ ସୁରକ୍ଷା, ଟୀକାକରଣ, ଶିଶୁ କ୍ଷୀର ଖାଇବା, ଅସହାୟ ଶିଶୁର ଯତ୍ନ ଓ ଗର୍ଭବତୀ ମା'ର ସୁରକ୍ଷା ଇତ୍ୟାଦି ବିଷୟରେ ଗ୍ରାମ ସ୍ତରରେ ସଚେତନ କରାଇବ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଉତ୍ସବ ଦାସ, ଉପସଚିବ ସଞ୍ଜୟ ମିଶ୍ର, ଉପସଭାପତି ରାଜ୍ୟ କଳା ସଂସ୍କୃତି ସଂଘ ଅବନୀ ମିଶ୍ର, ୟୁନିସେଫର ରୁଦ୍ର ରଥ, ଵିପୁଲ ମାଲବୀୟ ଓ ଡକ୍ଟର ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଓଡିଶାର ୩୦ଟି ଜିଲ୍ଲାରେ ପୁଣି ଗଡ଼ିବ କୋଭିଡ ସଚେତନତା ରଥ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

