ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ମନ୍ତ୍ରୀମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି।

ଏହି କ୍ରମରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ  ତୁଷାରକାନ୍ତି ବେହେରା ବାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହି କାର୍ଡ ବଣ୍ଟନ କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂକଳ୍ପ ନେଇଛନ୍ତି ତାହାର ସଠିକ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏହି ଦୁଇଟି ବ୍ଲକ ଗସ୍ତ କରି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ହିତାଧିକାରୀଙ୍କୁ କାର୍ଡର ବ୍ୟବହାର ଓ ଉପକାରୀତା ବିଷୟରେ ବୁଝାଇଥିଲେ। କାର୍ଡ ବଣ୍ଟନ ସମୟରେ ଲାକଙ୍କ ମନରେ ଖୁସି ଦେଖି ମନ୍ତ୍ରୀ ଭାବବିହ୍ଵଳ ହୋଇପଡିଥିଲେ।ସାଧାରଣ ଲୋକଙ୍କ ମନରେ ଏହି ଟିକିଏ ଖୁସି ହିଁ ଆମ ସରକାରଙ୍କ ବଡ଼ ସଫଳତା ବୋଲି ସେ ପ୍ରକାଶ କରିଥିଲେ।

ଏହି କାର୍ଡ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସହ ଆପୋଲୋ ଫର୍ଟିସ ଭଳି ବହୁ ପ୍ରତିଷ୍ଠିତ ବଡ଼ ବଡ଼ ଘରୋଇ ଡାକ୍ତରଖାନାରେ କାର୍ଡ ଧାରୀ ପରିବାର ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।ଫଳରେ ବଡ଼ ବଡ଼ ଡ଼ାକ୍ତରଖାନାରେ ସାଧାରଣ ଲୋକଟିଏ ଚିକିତ୍ସା ହୋଇପାରିବା ଭଳି ଯେଉଁ ସ୍ବପ୍ନ ଥିଲା ତାହା ଆଜି ସାକାର ହୋଇପାରିଛି।

ଏହି କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ,ମାଲକାନଗିରି ର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଉଭୟ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

  

 

powered by social2s