ନବରଙ୍ଗପୁରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ତୁଶାରକାନ୍ତି ବେହେରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

   
 

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଶାରକାନ୍ତି ବେହେରା ମଙ୍ଗଳବାର ନବରଙ୍ଗପୁର ଜିଲ୍ଲାସ୍ଥିତ ପାପଡାହାଣ୍ଡି ବ୍ଲକ ସହିଦସ୍ତମ୍ଭ ଠାରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବେହେରା ୧୯୪୨ ମସିହା ଅଗଷ୍ଟ ୨୪ ର ସେହି ଦିନକୁ ମନେପକାଇବା ସହ ଆମର ସହିଦ ମାନଙ୍କ ବଳିଦାନ ଓଡ଼ିଆ ପୁଅଙ୍କ ବିରତ୍ୱ ଗାଥାକୁ ପ୍ରତିପାଦନ କରିଛି। ସ୍ୱାଧୀନତା ଇତିହାସର ସ୍ଵର୍ଣକ୍ଷରରେ ଲିପିବଦ୍ଧ ସେହି ଘଟଣା ଆମକୁ ଦେଶ ଜାତି ଓ ରାଜ୍ୟ ପାଇଁ କିଛି କରିବାର ପ୍ରେରଣା ଯୋଗାଇ ଆସୁଛି ବୋଲି ମନ୍ତ୍ରୀ କହିଥିଲେ। ଉତସ୍ତବରେ ହସ୍ତତନ୍ତ, ବୟାନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମଝି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଦବୁଗାଓଁ ବିଧୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସହ ଜିଲାପାଳ ଡ଼ ଅଜିତ କୁମାର ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ଏଡିଏଏମଭାସ୍କର ରାଇତ ଓ ଆରକ୍ଷୀ ଅଧିକ୍ଷକ ପରାମରଶ୍ମିତ ପାରଶତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

powered by social2s