ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଆଲୋଚନାଚକ୍ରରେ ସ୍କନ୍ଦ ପୁରାଣର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି ଅପରାହ୍ନ ୪.୩୦ ରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଏକ ଆଲୋଚନାଚକ୍ର ଗୁଗୁଲ ମିଟ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।

ସଭାପତି ଶ୍ରୀ ପ୍ରଭାତ ନନ୍ଦ ନିର୍ଦ୍ଦେଶ କ୍ରମେ ପରିଷଦର ପୂର୍ବତନ କାର୍ଯ୍ୟକାରୀ କମିଟିର ସଦସ୍ୟ ଦିବଂଗତ ଗୌରୀ ଶଙ୍କର ହାତୀ ଙ୍କ ବିୟୋଗରେ ୧ ମିନଟି ର ନୀରବ ପ୍ରାର୍ଥନା କରାଯାଇ ତାଙ୍କ ବିଷୟରେ ସମ୍ୟକ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁଦେବ ଶ୍ରୀ ଦାମୋଦର ସେନାପତି ଓ ବାଳକୃଷ୍ଣ ପଣ୍ଡା ଙ୍କ ଦ୍ଵାରା ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ଭଜନ ପରିବେଷଣ କରାଯାଇ ଥିଲା। ଆଲୋଚନାରେ ସ୍କନ୍ଦ ପୁରାଣ, ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ କର୍ୟ୍ଯକ୍ରମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା।
ସ୍କନ୍ଦ ପୁରାଣର ପୁଣି ମୁଦ୍ରଣ,ସଂକ୍ଷିପ୍ତ କରାଯାଇ ପ୍ରକାଶିତ କରିବାକୁ ନିଷ୍ପତି ନିଆଗଲା, ଦାଶରଥି ସାମନ୍ତରାୟ ଙ୍କ ନେତୃତ୍ୱ ରେ ଏହାକୁ ଆଗେଇ ନେବା କୁ ସ୍ଥିର କରାଗଲା, ସଦସ୍ୟ ମାନେ ପରିଷଦ ର ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ, ପରିଷଦ ର ସମସ୍ତ କାଗଜ ପତ୍ର ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଠିକ କରି ଉପଯୁକ୍ତ ଅଧିକାରୀ ଙ୍କ ପାଖରେ ପହଞ୍ଚାଇବାକୁ ସ୍ଥିର କରାଗଲା, ମହାପ୍ରଭୁ ଙ୍କ ବିଷୟ ରେ ସଦସ୍ୟ ମାନେ ଜାଣିବା ନିହାତି ଆବଶ୍ୟକ ବୋଲି ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତେ ସମର୍ଥନ ଜଣାଇଥିଲେ। ବାବାଜୀ ବିଶ୍ଵାଳ ନେତୃତ୍ଵରେ ଏହା କରାଯିବାକୁ ସ୍ଥିର କରାଗଲା। ଆଜିର କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚରାତ୍ରର ପ୍ରଚାର ପ୍ରସାର ନିମନ୍ତେ ନୂତନ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ଗୌରାଙ୍ଗ ନାୟକ ଓ ମନୋରଞ୍ଜନ ମହାନ୍ତି ସମସ୍ତେ ମିଳିମିଶି ମହାପ୍ରଭୁଙ୍କ କାମ କରିବା ନିମନ୍ତେ ପ୍ରସ୍ତୁତ ବୋଲି ସଭାକୁ ଜଣାଇଥିଲେ। ସମ୍ପାଦକ ନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର କୋଷାଦକ୍ଷ ଅଖିଳ କୁମାର ସାହୁ, ନିରଞ୍ଜନ ପଣ୍ଡା, ମଳୟ ଜେନା, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ, ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା।
Attachments area

powered by social2s