କରୋନା ଯୋଗୁଁ ଏଥର ମଧ୍ୟ +୨ ରେ ୭୦% ସିଲାବସ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୭୦% ସିଲାବସ୍ ରଖାଯାଇଛି। 
କରୋନା ମହାମାରୀ ଯୋଗୁଁ +୨ ର ୩୦ ପ୍ରତିଶତ ପାଠ୍ୟକ୍ରମ କମାଇବାକୁ ପରିଷଦ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 
ଯୁକ୍ତ ଦୁଇ ର ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମରେ କେବଳ ୭୦ ପ୍ରତିଶତ ସିଲାବସ୍ ରହିବ। 
ଉଭୟ ବର୍ଷର ପିଲାଙ୍କ ପାଇଁ ବର୍ଷରେ ୪ଟି ପରୀକ୍ଷା ହେବ। 
ପ୍ରଥମ ତିନୋଟି ତ୍ରୟମାସିକ ପରୀକ୍ଷାରେ ପୂର୍ଣ୍ଣ ସଂଖ୍ୟା ୩୦ ରହିବ। 
୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ପରୀକ୍ଷା ହେବ। 
ଏବଂ ଶେଷରେ ଏପ୍ରିଲ ମାସରେ ୨ ଘଣ୍ଟିଆ ବୋଡ଼ ପରୀକ୍ଷା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
powered by social2s