ଭୁବନେଶ୍ୱର: ଅନୀଳା ଆର୍ଟ ଫାଉଣ୍ଡେସନ, ମଲ୍ଲିକାପୁର, ଯାଜପୁର ଏହି ମହାମାରୀ ସମୟର ଢେଉ ସହିତ ପାଦ ମିଶାଇ ଗୋଟିଏ ପାଦ ଆଗକୁ ଥାପିଛି । ଏକ ଜାତୀୟସ୍ତରର ଭରଚୁଆଲ କଳା ପ୍ରଦର୍ଶନୀ "ବ୍ୟାକ୍ ସ୍ପେସ" ଆୟୋଜନ କରି ଏକ ନୂଆ ସ୍ୱାଦର ବାର୍ତ୍ତା ଇଉଟ୍ୟୁବ ମାଧ୍ୟମରେ ସମଗ୍ର କଳା ପ୍ରେମୀ ଦର୍ଶକଙ୍କୁ ବାଣ୍ଟିଦେଇଛି । ଏହି ପ୍ରଦର୍ଶନୀ କୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଶ୍ରୀ ରାମକୃଷ୍ଣ ବେଦାଲା ,ସଚିବ ଲଳିତ କଳା ଏକାଡେମୀ ଦିଲ୍ଲୀ , ଉଦଘାଟନ କରି ,ବରିଷ୍ଠ ତଥା ଯୁବ ଶିଳ୍ପୀ ମାନଙ୍କୁ ତାଙ୍କ ନିଜସ୍ୱ କଳାତ୍ମକ ଶୈଳୀର ବାର୍ତ୍ତା ରଖି ଆଗାମୀ ଦିନରେ କଳାର ଉତ୍କର୍ଷତା ଆଶା କରିବା ସହିତ ଓଡ଼ିଶାର କଳା ଓ ଶିଳ୍ପୀ ମାନଙ୍କୁ ଉଚ୍ଚକୋଟୀର ପ୍ରଶଂସା କରିବା ସହିତ, ଓଡ଼ିଶାର ଚିତ୍ର କଳା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ,ଏହା କେବଳ ସମ୍ଭବ ହୋଇଛି ଓଡ଼ିଶାର କର୍ତ୍ତବ୍ୟରତ ଶିଳ୍ପୀମାନଙ୍କ ପାଇଁ । ଓଡ଼ିଶାର କଳା ସଂସ୍କୃତି ସହିତ ସେ ସଦାସର୍ବଦା ଜଡ଼ିତ କହି ଅତିଆନନ୍ଦିତ ଓ ଭାବ ବିଭୋର ହୋଇ ଉଠିଥିଲେ। ସମ୍ମାନୀତ ଅତିଥିଭାବରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ଚିତ୍ର ଶିଳ୍ପୀ ଶ୍ରୀ ରାମହାରି ଜେନା ଯୋଗଦେଇ ତାଙ୍କ ନିଜସ୍ୱ ମନ୍ତବ୍ୟ ରରେ, ଅନୀଳା ଆର୍ଟ ଫାଉଣ୍ଡେସନର କାର୍ଯ୍ୟକ୍ରମ ଓ ଆଜିକାଲିର ପ୍ରଚଳିତ କଳା,ସଂସ୍କୃତିର ସୁରକ୍ଷା ର ଗୁରୁତ୍ୱ ଓ ମୂଲ୍ୟ ବୋଧ ଉପରେ ଯୁବପିଢି କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ।ଏବଂ ଏହି ପ୍ରଦର୍ଶନୀରେ ଭାଗ ନେଇଥିବା ସମସ୍ତ ଶିଳ୍ପୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ,ଅନୀଳା ଆର୍ଟ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଓ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ବରିଷ୍ଠ ତଥା ଯୁବ ଚିତ୍ର ଶିଳ୍ପୀ ମାନଙ୍କୁ କର୍ତ୍ତବ୍ୟ ନିଷ୍ଠା ଓ ତାହାର ସୁଫଳ ଏବଂ ଚିତ୍ର କଳାର ଆଜିକାଲିର ଚାହିଦା ଓ ଏହାର ସୁରକ୍ଷା ଉପରେ ନିଜର କଳାତ୍ମକ ଭାଷାରେ ଶିଳ୍ପୀ ମାନଙ୍କୁ ଖୁବ ଖୋରାକ ଯୋଗାଇଥିଲେ। ଆଗାମୀ ଦିନ ପାଇଁ କେମିତି ଜଣେ ଶିଳ୍ପୀ ନିଜକୁ ଜଣେ ଦକ୍ଷ ଶିଳ୍ପୀ ଭାବରେ ଗଢି ତୋଳି ସବୁ ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଆଶା ରଖିଥିଲେ। ଏବଂ ଅନୀଳା ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠା ଶିଳ୍ପୀଓ କବି, ଶଶଧର ପତି ଓ ଏହି ପ୍ରଦର୍ଶନୀର ଆୟୋଜକ ଚିତ୍ର ଶିଳ୍ପୀ ଶୁଭଙ୍କର ତରଫଦାର ଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ। ଅନ୍ତରଜାତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଟୁଟୁ ପଟନାୟକ ସମ୍ମାନୀତ ଅତିଥି ଭାବେ ତାଙ୍କର ବାର୍ତ୍ତା ମାଧ୍ୟମରେ ସେ ଶିଳ୍ପୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଆଶା କରିଥିଲେ।
ଏହି ପ୍ରଦର୍ଶନୀ ଟି ସେପ୍ଟେମ୍ବର ୨ ଯାଏଁ ଚାଲିବ।
ଜାତୀୟସ୍ତରର କଳା ପ୍ରଦର୍ଶନୀ "ବ୍ୟାକ୍ ସ୍ପେସ" ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

