ବିଦେଶରେ ଚାକିରି ଦେବାକୁ କହି ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସହ ପାସପୋର୍ଟ ନେଇ ରାତି ଅଧରେ ଛୁ ମାରିଲା ଠକ ସଂସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ କିଛି ଦିନ ତଳେ ଯୁବକ ମାନଙ୍କୁ ବିଦେଶରେ ଚାକିରି ଦେବା ପାଇଁ ଏରାଉଣ୍ଡ ଦ ଓାରର୍ଲ୍ଡ ନାମକ ଏକ ଅଫିସ ଖୋଲିଥିଲା । ଏହି ସଂସ୍ଥା ନିଜର ପ୍ରସାର ପ୍ରଚାର ପାଇଁ ଅଟୋ ମାଧ୍ୟମ ରେ ଗାଁ ଗାଁ ବୁଲି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ସହ କାନ୍ଥ ମାନଙ୍କରେ ପୋଷ୍ଟର ମାରିଥିଲା । ଏହି ସଂସ୍ଥା କେବଳ ଗଞ୍ଜାମ ନୁହେଁ ଗଞ୍ଜାମର ପଡୋଶୀ ଜିଲ୍ଲା ଖୋର୍ଦ୍ଧାରେ ଓ ନୟାଗଡରେ ନିଜର ପ୍ରଚାର ପ୍ରସାର କରିଥିଲା । ଯାହାଫଳରେ ବିଭିନ୍ନ ଅଂଚଳରୁ ପିଲା ବିଦେଶ ଯିବା ପାଇଁ ଯୋଗାଯୋଗ କରିଥିଲେ ଏବଂ ଅଫିସରେ ଦେଖାକରି ନିଜ ପାସପୋର୍ଟ ଦେଇଥିଲେ  । ସେହିଭଳି ଖଲ୍ଲିକୋଟ,ବେଗୁନିଆପଡା,ଖୋର୍ଦ୍ଧା ଅଂଚଳର ବାଣପୁର ଓ ନିଳାଦ୍ରିପ୍ରସାଦରୁ ପ୍ରାୟ ୪୫ ଜଣ ଯୁବକ ଅବେଦନ କରିଥିଲେ । ଯାହାର ଫାଇଦା ନେଇ ଉକ୍ତ ସଂସ୍ଥା ଯୁବକ ମାନଙ୍କୁ ମେଡିକାଲ ଟେଷ୍ଟ କରିବାକୁ କହିଥିଲେ । ତାପରେ ପିଲାଙ୍କୁ ମିଛ ଅଫର ଲେଟର,ଦୁବାଇ ଯିବା ପାଇଁ ନକଲି ଭିସା ଓ ଫ୍ଲାଇଟ ଟିକଟ ଦେଇ ଜଣ ଜଣଙ୍କ ଠାରୁ ୫୦ ରୁ ୬୦ ହଜାର ଟଙ୍କା ନେଇଥିଲା । ଉକ୍ତ ସଂସ୍ଥା ପକ୍ଷରୁ ଯୁବକ ମାନଙ୍କୁ ବିଦେଶ ଯିବା ପାଇଁ ଦିଆଯଇଥିବା ତାରିଖରେ ଲୋକମାନେ ହିଞ୍ଜିଳିକାଟୁ ଅଫିସରେ ପଂହଚି ଥିଲେ କିନ୍ତୁ ସେଠାରେ ଦେଖିବାକୁ ପାଇଥିଲେ ଏହି ଠକା ସଂସ୍ଥା ଏମାନଙ୍କ ଠାରୁ ଟଙ୍କା ନେଇ ରାତି ଅଧିଆ ଛୁ ମାରିଛି । ତେବେ ଏ ନେଇ ଯୁବକ ମାନେ ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଗରୁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଦାଦନ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏବେ ବେକାର ଯୁବକ ମାନଙ୍କୁ ଭଲ ଦରମାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି  । ତେବେ ବିଦେଶରେ ଚାକିରି କରି ଟଙ୍କା ଉପାର୍ଜନ କରିବା ପାଇଁ ଧାର କରଜ କରି ଏହି ଯୁବକ ମାନେ ଟଙ୍କା ଦେଇଥିଲେ । ତେବେ ଉକ୍ତ ସଂସ୍ଥା ଫେରାର ହେବା ପରେ ଋଣ ଟଙ୍କା ସୁଝିବା ନେଇ ଚିନ୍ତାରେ ପଡିଯାଇଛନ୍ତି ଏହି ଯୁବକ ମାନେ । ତେବେ ଏହି ଠକ ସଂସ୍ଥା ଏହି ୪୫ ଜଣଙ୍କ ପରେ ଅହୁରି ଅନେକ ଯୁବକ ମାନଙ୍କ ଠାରୁ ଟଙ୍କା ଠକି ନେଇଥିବା ଅନୁମାନ କରାଯାଛି । ତେବେ ଥାନା ରେ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କର୍ଯ୍ୟନୁଷ୍ଠାନ ହେଉନଥିବା କହିଛନ୍ତି ଯୁବକ ମାନେ । ତେବେ ଏହି ଘଟଣା ମୁଖ୍ୟମନ୍ତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସରକାର ଏହା ଉପରେ ଦୃଷ୍ଟି ଠକ ସଂସ୍ଥା ନାମରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ।
 
ରିପୋର୍ଟ:ଦେବାଶିଷ ମହାରଣା
powered by social2s