ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ହାଇସ୍କୁଲ ହଷ୍ଟେଲ ଛାଡ଼ିଥିବା ୪୫ ଜଣ ଛାତ୍ର ଫେରିଥିବା ସୂଚନା ମିଳିଛି। ଦୁଇ ଶିକ୍ଷକଙ୍କ ଦୁର୍ବ୍ୟବହାର ଯୋଗୁଁ ହଷ୍ଟେଲ ଛାଡ଼ିଥିବା ଅଭିଯୋଗ କଲେ ଛାତ୍ର। ଅଭିଯୋଗ ଜଣାଇବାକୁ ରାତି ୧ ଟା ରୁ ବାହାରି ଚାଲି ଆସିଥିଲେ ନବମ ଓ ଦଶମ ଶ୍ରେଣୀ ପିଲା। ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଥିଲେ ଛାତ୍ର। ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପିଲା ହଷ୍ଟେଲ ଫେରିଥିବା ଜଣାପଡ଼ିଛି।
powered by social2s

