ଭୁବନେଶ୍ୱର: ଭୁବନେଶ୍ୱରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିଡ଼ିଓ କନ୍ଫରେନ୍ସେ ଜରିଆରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ଧାରୁଆରେ ୧୩ ଏକର ଜମିରେ ହେବ ଉତ୍କର୍ଷ କେନ୍ଦ୍ରର କ୍ୟାମ୍ପସ। ବିଭିନ୍ନ ଆଦର୍ଶ ବିଦ୍ୟାଳୟର ୧୦୦୦ ମେଧାବୀ ଛାତ୍ରଛାତ୍ରୀ ପଢ଼ିବାର ସୁବିଧା କରାଯାଇଛି। ପିଲାମାନଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ମଧ୍ୟ ମାଗଣାରେ ଦିଆଯିବ। ଉତ୍କର୍ଷ କେନ୍ଦ୍ରରେ ରହିବ ୨୬ ଟି ଶ୍ରେଣୀଗୃହ, ୮ ଟି ବିଜ୍ଞାନାଗାର, ୧୨ ଏକରର ଖେଳ ପଡ଼ିଆ, ୪ ଟି ହଷ୍ଟେଲ ଓ ୮ ଟି ଅତିଥି କକ୍ଷ । ଏହା ସହ ୨୨ ଟି ଶିକ୍ଷକ ବାସଗୃହ ମଧ୍ୟ ଉତ୍କର୍ଷ କେନ୍ଦ୍ର ପରିସରରେ ରହିବ।
powered by social2s

