ଭୁବନେଶ୍ୱର: ମହାମାରୀ କରୋନା କମି ଆସିଥିବା ସମୟରେ ଓ ସାରା ରାଜ୍ୟରେ ସ୍ଥିତି ସୁଧୁରି ଥିବା ବେଳେ ରାଜ୍ୟ ସରକାର ବହୁ କଟକଣାକୁ କୋହଳ କରିଛନ୍ତି। ଏହି ସମୟରେ ମନ୍ଦିର ପ୍ରବେଶ କୁ ମଧ୍ୟ ଅନୁମତି ଦେଇଛନ୍ତି । ମାତ୍ର ମା ଦୁର୍ଗା ପୂଜା ପାଇଁ କଟକଣା ଠିକ ହୋଇନାହିଁ। ମନ୍ଦିର ଶ୍ରଦ୍ଧାଳୁଙ୍କ ପ୍ରବେଶ ଢାଞ୍ଚାରେ ଦୁର୍ଗାପୂଜା ମଣ୍ଡପରେ ଭକ୍ତ ମାନଙ୍କୁ କଟକଣା ମାନି ପ୍ରବେଶ କରିବାକୁ ଅନୁମତି ଦେବା ସହିତ ମା ଦୁର୍ଗାଙ୍କ ଉଚ୍ଚତା ଉପରେ କଟକଣା ନ ଲଗାଇବା ପାଇଁ ଭୁବନେଶ୍ବର ଭାଷାଣି ଉତ୍ସବ ସମିତି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛି ।
ଏ ନେଇ ଭୁବନେଶ୍ୱର ଭସାଣି ଉତ୍ସବ ସମିତି ତରଫରୁ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର କର୍ମକର୍ତ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ,ପ୍ରତିବର୍ଷ ଭଳି ଚଳିତବର୍ଷ ଦୂର୍ଗାପୂଜା ରେ ସ୍ୱାଭାବିକ ଭାବେ ମୂର୍ତ୍ତିର ଉଚ୍ଚତା ନିର୍ମାଣ କରିବା ଏବଂ କୋଭିଡ ନିୟମ ପାଳନ କରି ଶ୍ରଦ୍ଧାଳୁମାନଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିବାକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।ସେମାନେ ଦାବି କରିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଯେଉଁଭଳି ଭାବରେ ଭକ୍ତଙ୍କୁ ଦର୍ଶନ କରିବାକୁ ସୁଯୋଗ ଦିଆଯାଉଛି ସେହିଭଳି ଚଳିତବର୍ଷ ପ୍ରତ୍ୟେକ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଭସାଣି ଉତ୍ସବ ସମିତିର ସଭାପତି ଡ଼ ଜଗନ୍ନାଥ ମହାପାତ୍ର, ସାଧାରଣ ସମ୍ପାଦକ ହରିଶ ପ୍ରସାଦ ରଥ, ଉପସଭାପତି ସୁରେଶ ଚନ୍ଦ୍ର ରାଉତରାୟ ଓ ଦିଲ୍ଲୀପ ଦାଶଶର୍ମା, ସମ୍ପାଦକ ଶିଵ ଛୋଟରାୟ, ଝାରପଡ଼ା ଦୁର୍ଗାପୂଜା ସମିତି ସାଧାରଣ ସମ୍ପାଦକ ଧରଣୀଧର ଜେନା, ଶହୀଦନଗର ଦୁର୍ଗାପୂଜା ସମିତିର ଉପଦେଷ୍ଟା ସରୋଜ କୁମାର ପାତ୍ର, କଟକ ରୋଡ଼ ଦୁର୍ଗାପୂଜା ସମିତି ସଭାପତି ସୁବଳ ବେହେରା ଓ ପ୍ରସନ୍ନ କୁମାର ଦାସ, ପଳାଶୁଣି ଦୁର୍ଗାପୂଜା ସେମିତି ଉପସଭାପତି ରମେଶ ଚନ୍ଦ୍ର ସାହୁ, ସତ୍ୟନଗର ଦୁର୍ଗାପୂଜା ସମିତି ସଭାପତି ରବି ନାରାୟଣ ନାୟକ, ଭୀମଟାଙ୍ଗି ଦୁର୍ଗାପୂଜା ସମିତି କର୍ମକର୍ତା ସନତ ମିଶ୍ର, ଚକେଇସିଆଣି ଦୁର୍ଗାଅପୂଜା ସମିତି କର୍ମକର୍ତ୍ତା ସୁକାନ୍ତ କୁମାର ଷଡ଼ଙ୍ଗୀ, କେସୁରା ଦୁର୍ଗାଅପୂଜା ସମିତି ସଭାପତି ପ୍ରହଲ୍ଲାଦ ପ୍ରଧାନ, ବାଂକୁଆଳା ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ନିର୍ମଳ ଲେଙ୍କା, ଶହୀଦନଗର ଦୁର୍ଗାପୂଜା ସମିତିର ସୁଦର୍ଶନ ସାହୁ, ସଚ୍ଚିଦାନନ୍ଦ ନାୟକ ଓ ଶ୍ରୀନିବାସ ରାଓ ଉପସ୍ଥିତି ଥିଲେ।
ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଅଙ୍କୁଶ ଲଗାନଯାଉ: ଭୁବନେଶ୍ୱର ଭସାଣି ଉତ୍ସବ ସମିତି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

