ଭୁବନେଶ୍ୱର: ପବିତ୍ର ଗୁରୁଦିବସରେ ଭୁବନେଶ୍ୱର ଶହିଦନଗର ସରକାରୀ ସ୍କୁଲର ନୂତନ ହେଡମିଷ୍ଟରେସ ଶ୍ରୀମତି ସୁପ୍ରଭା ଶତପଥୀ ଙ୍କୁ ସ୍ଵାଗତ କରାଯାଇଥିଲା। ସ୍କୁଲ ଓ ପାଠ ପଢାର ଉନତି କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ଗୁରୁଦିବସ ଅବସରରେ ସମସ୍ତ ଗୁରୁ ଓ ଗୁରୁ ମା ଙ୍କୁ ହୃଦ୍ୟରୁ ଶୁଭେଚ୍ଛା ଜଣାଇବା ସହ ସ୍କୁଲର ସୁବିଧା ଓ ଅସୁବିଧା ଆଲୋଚନା କରାଯାଇଥିଲା।
ଶହୀଦରେ ମିଶନ ଅମ୍ଳଜାନ ପ୍ରକଳ୍ପ ପାଇଁ ସ୍କୁଲ ପରିସରରେ ୫ଟି ଗଛ ଲଗାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ମୋ ସ୍କୁଲର ସଭାପତି ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀନିବାସ ରାଓ, ଡ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ମନିଷା ତ୍ରିପାଠୀ, ଜିତେନ୍ଦ୍ର ସ୍ୱାଇଁ, ନାରାୟଣ ସାର ଓ ଅନ୍ୟ ଗୁରୁ ଓ ଗୁରୁ ମା ମାନେ ଯୋଗ ଦେଇଥିଲେ।
powered by social2s

