ଆଜିଠୁ ତିନି ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠୁ ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ଆଜି ଗଣେଶ ଚତୁର୍ଥୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଶନିବାର ଓ ରବିବାର ମଧ୍ୟ ମନ୍ଦିର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୋମବାର ଠାରୁ ନୂଆ ନିୟମ ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆଜି ଗଣେଶ ପୂଜା ଅବସରରେ ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯିବ। ପଟ ଗଣେଶଙ୍କ ନିକଟରେ ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ତେବେ ସୋମବାର ଠାରୁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ ଭକ୍ତ। କେବଳ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର।

powered by social2s