ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଯାହାପାଇଁ ସମଗ୍ର ପଶ୍ଚିମ ଓଡିଶା ଉତ୍ସବ ମୁଖର। ନୂଆଖାଇ ପାଳନ ପାଇଁ ଗାଁ ଠାରୁ ସହର ଯାଏଁ ସବୁଠାରେ ଲୋକମାନେ ଘର ଦ୍ୱାର ସଫା ସୁତୁରା କରିବାରେ ବ୍ୟସ୍ତ। ଗାଁ ଗାଁ ରେ ବସିଛି ନୂଆଖାଇ ହାଟ। ଏହି କୃଷିଭିତ୍ତିକ ପର୍ବରେ ନୂଆ ଖାଇବା ପାଇଁ ବିଭିନ୍ନ ରକମର ପନିପରିବା କିଣି ନେଉଛନ୍ତି ସହରବାସୀ। ଏହି ନୂଆ ଚାଉଳ ରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ମା ସମଲେଶ୍ବରୀ ଙ୍କ ପାଖରେ ଭୋଗ ଲାଗି ହୁଏ। ଏହାକୁ "ନବାନ୍ନ ଭୋଗ" ମଧ୍ୟ କୁହାଯାଏ।

powered by social2s