"ପାଞ୍ଚରାତ୍ର ଧାରା ରେ ଶ୍ରୀଜଗନ୍ନାଥ" ମହାପ୍ରଭୁ ଙ୍କ ଶ୍ରୀ ଚରଣ ରେ ସମର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 
ଭୁବନେଶ୍ୱର: ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀମତୀ ସଂଚିତା ମହାନ୍ତି ଓ ପରିବାରଙ୍କ ସହଯୋଗରେ ପ୍ରବକ୍ତା ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କ ଦ୍ଵାରା ପ୍ରାଞ୍ଜଳ ଭାବେ ପ୍ରକାଶ "ପାଞ୍ଚରାତ୍ର ଧାରାରେ ଶ୍ରୀଜଗନ୍ନାଥ" ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦଶକ ଶ୍ରୀଯୁକ୍ତ ନିରଞ୍ଜନ ସେଠୀ ଙ୍କ ଦ୍ଵାରା ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ସମର୍ପିତ କରାଯାଇଥିଲା।
 
ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାଶରଥି ସାମନ୍ତରାୟ 'ପାଞ୍ଚରାତ୍ର ଧାରା ରେ ଶ୍ରୀଜଗନ୍ନାଥ'  ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
 
ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥ ଙ୍କ ବିଷୟରେ ବହୁ ରୋଚକ ତଥ୍ୟ ପ୍ରକାଶ କରିଥିଲେ। ଉପସଭାପତି ରବିନାରାୟଣ ମହାପାତ୍ର,ସମ୍ପାଦକ ନାରାୟଣ ମହାପାତ୍ର, ଦାଶରଥି ସାମନ୍ତରାୟ, ସଞ୍ଚିତା ମହାନ୍ତି, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ବାବାଜୀ ବିଶ୍ଵାଳ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ,ଶ୍ରୀନିବାସ ରାଓ,ଓ ଅନ୍ୟାନ୍ୟ ସଦସ୍ୟ ମା ନ ଙ୍କ ଉପସ୍ଥିତିରେ ଏହାକୁ ୟୁଟୁବ ଓ ଅନ୍ୟାନ୍ୟ ମିଡ଼ିଆ ରେ ପ୍ରସାରଣ ନିମନ୍ତେ ଉନ୍ମୋଚିତ ହୋଇଥିଲା।
 
ପୂର୍ବରୁ ପରିଷଦ ପକ୍ଷରୁ "ସ୍କନ୍ଦପୁରାଣ'ର ୬ଟି ଭାଗ ଓ ଭକ୍ତି ପୁଷ୍ପାଞ୍ଜଳି ୟୁଟୁବ ଓ ଅନ୍ୟାନ୍ୟ ମିଡ଼ିଆ ରେ ପ୍ରସାରଣ ନିମନ୍ତେ ଉନ୍ମୋଚିତ ହୋଇ ଯାଇଛି।
 
 
 
powered by social2s