ଗୋପ: ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଥିବା ଆଖଣ୍ଡଳେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି।ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମହାଦେବଙ୍କ ମନ୍ଦିରର କବାଟ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ନଟରାଜଙ୍କ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ପାର୍ବତୀ ଓ ରାଧାକୃଷ୍ଣ ମୂର୍ତ୍ତି ଚୋରି କରି ନେଇଛନ୍ତି।ଆଜି ସକାଳୁ ମନ୍ଦିର ଖୋଲା ଦେଖି ପୂଜକ ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଖବର ଦେଇଥିଲେ।ଗୋପ ପୋଲିସ ମନ୍ଦିରର ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଛନ୍ତି।ସିସିଟିଭିରେ ମୂର୍ତ୍ତି ଚୋରିର ଦୃଶ୍ୟ କଏଦ ହୋଇଥିବା ସୂଚନା ମିଳିଛି।
powered by social2s

