ଯାଜପୁର: ଯାଜପୁରରେ ବ୍ରାହ୍ମଣୀ ନଦୀବନ୍ଧ ଭାଙ୍ଗିବାରୁ ୩୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବରୀ ମାଟିଆପଡ଼ା ରେ ୩ ଘାଇ ସୃଷ୍ଟି ହୋଇ ତଳିଆ ଅଞ୍ଚଳ ଜଲମଗ୍ନ ହୋଇଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ କୌଣସି ବଡ଼ ବନ୍ୟା ର ଆଶଙ୍କା ନାହିଁ। ଜଳବନ୍ଦୀରେ ଥିବା ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଓ ସେମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରାଯାଉଛି।
powered by social2s

