ଭୁବନେଶ୍ୱର: ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ନିୟୋଜିତ ହେଲେ ୪ଟି NDRF ଟିମ୍ ଭୁବନେଶ୍ୱର: ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଭଦ୍ରକ ଜିଲ୍ଲାରେ ନିୟୋଜିତ ହେଲେ NDRF ଟିମ୍। ପ୍ରତି ଟିମ୍ ରେ ଅଛନ୍ତି ୨୫ ଜଣ NDRF ଯବାନ। ବାଲେଶ୍ଵରରେ NDRF ରାପିଡ ରଷ୍ପନ୍ସ ସେଣ୍ଟରରେ ଗୋଟିଏ ଟିମ୍ ମୁତୟନ ଅଛି। ଆବଶ୍ୟକ ହେଲେ ଅଧିକ ଟିମ୍ ମୁଣ୍ଡଳୀରେ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି।
ମହାନଦୀରେ ସ୍ଵଳ୍ପରୁ ମାଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ମୁଣ୍ଡୁଲିରେ ପହଞ୍ଚିବ ବନ୍ୟାଜଳ।
ତେବେ ସେପ୍ଟେମ୍ବର ୧୭ ରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ଅସାନ୍ତା ୧୮ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି।
powered by social2s

